ନୋବେଲ ବିଜେତା ବୈଜ୍ଞାନିକଙ୍କ ବିବାଦିତ ବୟାନ: କରୋନା ଟୀକା ନେଲେ ହେବ ମୃତ୍ୟୁ ! ଜାଣନ୍ତୁ କେତେ ସତ କେତେ ମିଛ ଏହି ଖବର….

 
Vaccine

ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଏହି ଭୂତାଣୁର ମୂଳୋତ୍ପାଟନ କରିବା ପାଇଁ ସାରା ବିଶ୍ୱରେ ଚାଲିଛି ଟୀକାକରଣ ପ୍ରକ୍ରିୟା, ଏବଂ ସାରା ବିଶ୍ୱରେ ଟୀକା ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଭାରତ। 

ଏଭଳି ପରିସ୍ଥିତିରେ କିଛି ଦିନ ହେବ ଏକ ଖବର ପ୍ରସାରିତ ହୋଇଛି ଯାହା ଟୀକା ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତିଙ୍କ ମନରେ ଭୟ ସଂଚାର କରିଛି। ପ୍ରକୃତରେ ଜଣେ ଫରାସୀ ନୋବେଲ ବିଜେତା ଲେକ୍ଚର୍ ଲୁଚ୍ ମୋଣ୍ଟେନିଅର୍ ଟୀକାକରଣ କୁ ନେଇ ଏକ ଅଜବ୍ ଯୁକ୍ତି ବାଢ଼ିଛନ୍ତି। 

ତାଙ୍କ କହିବା ମୁତାବକ ଯେଉଁ ବ୍ୟକ୍ତିମାନେ ଏହି ଟୀକାଗ୍ରହଣ କରୁଛନ୍ତି ସେମାନେ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା କଷ୍ଟକର ଅଟେ। ଆହୁରିମଧ୍ୟ ବର୍ତ୍ତମାନ କାୟା ବିସ୍ତାର କରୁଥିବା ନୂତନ ଭ୍ୟାରିଏଣ୍ଟ କୋଭିଡ଼ ଟୀକାକରଣ ହେତୁ ହେଉଥିବା ମ୍ୟୁଟେସନର ପରିଣାମ ବୋଲି ସେ କହିଛନ୍ତି।


ଅନ୍ୟପକ୍ଷରେ ଭାଇରାଲ ହେଉଥିବା ଏହି ଖବରର ସତ୍ୟତା କୁ ନେଇ ସ୍ପଷ୍ଟୀକରଣ ଦେଇଛି ଭାରତୀୟ ସୂଚନା ମନ୍ତ୍ରଣାଳୟ। ଏଥିନେଇ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) ମାଧ୍ୟମରେ କୁହାଯାଇଛି ଯେ ଏହି ଖବର ସମ୍ପୂର୍ଣ୍ଣ ଭାବରେ ବିଭ୍ରାନ୍ତିକର ଅଟେ ଏବଂ ଏହାର କୌଣସି ସତ୍ୟତା ନାହିଁ। ଏଥିସହିତ ଭାରତ ସରକାର ଏଭଳି ଗୁଜବ ଠାରୁ ଦୂରେଇ ରହିବାକୁ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି।