ଖରାରେ ଚେହେରା କଳା ପଡ଼ି ଯାଉଛି କି? ତେବେ କରନ୍ତୁ ଏହି ୪ଟି ଉପାୟ ସତେଜ ହୋଇ ଉଠିବ ଚେହେରା

 
Face mask

ବର୍ତ୍ତମାନ ଖରାଦିନ ଚାଲିଥିବା ବେଳେ ତାପମାତ୍ରା ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ ଏହି ସମୟରେ ଖରାକୁ ବାହାରିବା ମଧ୍ୟ ଏକପ୍ରକାର ଅସମ୍ଭବ ହୋଇ ପଡ଼ିଛି। ଏମିତି ତ ସୂର୍ଯ୍ୟଙ୍କ ରଶ୍ମିରୁ ଆମ୍ଭକୁ ଭିଟାମିନ ଡ଼ି ମିଳିଥାଏ। କିନ୍ତୁ, ଅତ୍ୟଧିକ ଖରାରେ ବାହାରିଲେ ଏହି ରଶ୍ମି ଦେହରେ ପଡ଼ି ଟ୍ୟାନିଂ ଏବଂ ସନବର୍ଣ୍ଣ ଭଳି ସମସ୍ୟା ସୃଷ୍ଟି କରିଥାଏ। ତେବେ, ଆପଣ ଚାହିଁଲେ ନିମ୍ନଲିଖିତ କିଛି ଉପାୟ ମାଧ୍ୟମରେ ନିଜ ଚେହେରାର ଯତ୍ନ ନେଇପାରିବେ।

୧. ଲେମ୍ବୁ:- ସନ୍ ଟ୍ୟାନିଂ ହେତୁ ଆପଣଙ୍କ ଚେହେରା କଳା ପଡ଼ି ଯାଉଥିଲେ ଏଥିପାଇଁ ଲେମ୍ବୁ ରସ ବ୍ୟବହାର କରନ୍ତୁ। ଏହା କରିବା ଦ୍ୱାରା ସନ ଟ୍ୟାନିଂର ପ୍ରଭାବ କମିବାରେ ଲାଗିଥାଏ।

Lemon

 

୨. କାକୁଡି ଏବଂ ଗୋଲାପଜଳ:- ଖରାଦିନେ କାକୁଡି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ, ଏହି କାକୁଡ଼ି ରସକୁ ହିଁ ଗୋଲାପଜଳରେ ମିଶାଇ ନିଜ ଚେହେରା ଉପରେ ଲଗାନ୍ତୁ। କିଛି ସମୟ ପରେ ଏହି ଲେପକୁ ଧୋଇ ଦିଅନ୍ତୁ। ଏହା କରିବା ଦ୍ୱାରା ଚେହେରାରୁ କଳାପଣ ଦୂର ହେବାକୁ ଲାଗିଥାଏ।

Cucumber

୩. ହଳଦୀ ଏବଂ କ୍ଷୀର:- ଚେହେରାରୁ ସନ୍ ଟ୍ୟାନ୍ ହଟାଇବା ପାଇଁ ହଳଦୀ ଏବଂ କ୍ଷୀର ରାମବାଣ ପରି କାମ କରିଥାଏ। ୪ ଚାମଚ କ୍ଷୀରରେ ଏକ ଚାମଚ ହଳଦୀ ଲଗାଇ ଏହାକୁ ମୁହଁରେ ଲଗାନ୍ତୁ। ଏହା ଟ୍ୟାନ୍ ହଟାଇବାରେ ନିଶ୍ଚିତ ଭାବରେ ସହାୟତା କରିବ।

Haldi

୪. ଟମାଟୋ ଏବଂ ଦହି:- ଟମାଟୋ ଏବଂ ୧ ଚାମଚ ଦହି ନିଅନ୍ତୁ। ଟମାଟୋ ରସକୁ ଦହି ସହିତ ମିଶାଇ ଏହି ପ୍ରଲେପକୁ ମୁହଁରେ ଲଗାଇ ଅଧ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ପାଣିରେ ମୁହଁ ଧୋଇବା ପରେ ଆପଣଙ୍କୁ ଏହାର ସୁଫଳ ମିଳିବ ନିଶ୍ଚିତ।

Tomato