ଅଧିକ ହାଇ ଆସୁଥିଲେ ସାବଧାନ! ହୋଇ ଥାଇପାରେ ଏହି ସବୁ ରୋଗର ସଂକେତ….

 
Yawning

ସାଧାରଣତଃ ଥକି ଯିବାପରେ ଏବଂ ନିଦ ଲାଗୁଥିଲେ ଆମ୍ଭମାନଙ୍କୁ ହାଇ ଆସିଥାଏ। ଏକ ଗବେଷଣା ରିପୋର୍ଟ ଅନୁଯାଇ ପ୍ରାୟ ସମସ୍ତେ ଦିନକୁ ୧୯ ଥର ହାଇ ମାରିଥାନ୍ତି। ସେହିଭଳି ଭାବରେ ସ୍ଲିପ୍ ଫାଉଣ୍ଡେସନ ଦ୍ୱାରା ହୋଇଥିବା ଗବେଷଣା ଅନୁଯାଇ ମଣିଷ ଦିନକୁ ୧୦ ଥରରୁ ଅଧିକ ହାଇ ମାରିବା ଉଚିତ ନୁହେଁ। ଏହା କୌଣସି ପ୍ରକାରର ରୋଗର ସଂକେତ ହୋଇପାରେ।

Yawning

ତେବେ, ରାତିରେ ଠିକ୍ ଭାବରେ ନ ଶୋଇବା ଏବଂ ଅନିଦ୍ରା ରହିବା ଦ୍ୱାରା ମଣିଷକୁ ହାଇ ଆସିଥାଏ। ହାଇ ଆସିବା ହାଇପୋ-ଗ୍ଲାଇସେମିଆର ପ୍ରାରମ୍ଭିକ ସଂକେତ ହୋଇପାରେ। ଏହି ରୋଗ ହେଲେ ଆପଣଙ୍କ ରକ୍ତରେ ଗ୍ଲୁକୋଜ ସ୍ତର କମିବାକୁ ଲାଗିଥାଏ। ସେହିପରି ଅତ୍ୟଧିକ ଅନିଦ୍ରା ରହିବା ଦ୍ୱାରା ଏହା ଆପଣଙ୍କ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।

Diseases

ସ୍ଲିପ୍ ଏନିମିଆ ଦ୍ୱାରା ପ୍ରଭାବିତ ହୋଇଥିବା ବ୍ୟକ୍ତି ରାତିରେ ଠିକ୍ ଭାବରେ ଶୋଇପାରିନଥାନ୍ତି। ତେଣୁ ସେମାନଙ୍କୁ ଅଧିକ ହାଇ ଆସିବା ସହିତ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ବ୍ୟତୀତ ନାର୍କୋ ଲେପ୍ସି ନିଦ ସହିତ ଯୋଡି ହୋଇଥିବା ଗୋଟିଏ ସମସ୍ୟା ଅଟେ। ଏଥିରେ ପ୍ରଭାବିତ ହେବା ଦ୍ୱାରା ମଣିଷକୁ ଅଧିକ ଥକା ଲାଗିଥାଏ ଏବଂ ସେ ଯେକୌଣସି ସ୍ଥାନରେ ଶୋଇଯାଏ। ତେଣୁ, ଆପଣଙ୍କୁ ଅଧିକ ମାତ୍ରାରେ ହାଇ ଆସୁଥିଲେ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।