ମଧୁମେୟ ଶରୀର ଉପରେ ପକେଇଥାଏ ଭୟଙ୍କର କୁପ୍ରଭାବ, ଦୃଷ୍ଟିହୀନତା-କିଡନୀ ନଷ୍ଟ ସହ ଏହି ୫ଟି ଅଙ୍ଗକୁ ଅଚଳ କରେ ଡାଇବେଟିସ୍‌

 
Diabetic

ଭାରତରେ ଏବେ ଅଧିକାଂଶ ଲୋକେ ମଧୁମେୟ ରୋଗରେ ପୀଡ଼ିତ ଅଟନ୍ତି। ସାଧାରଣତଃ ଶରୀରରେ ସର୍କରାର ମାତ୍ରା ଅଧିକ ବଢ଼ିଗଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ମଧୁମେୟ ଦ୍ୱାରା ପୀଡିତ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗିଥାଏ, କେବଳ ଏତିକି ନୁହେଁ ସର୍କରାର ମାତ୍ରା ଅତ୍ୟଧିକ ବଢ଼ିଗଲେ ଏହା ମଣିଷକୁ ମୃତ୍ୟୁ ମୁଖକୁ ଟାଣି ନେଇଥାଏ। ମଧୁମେୟ ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇ ଥାଏ ଯଥା:-

୧. ମଣିଷ ଟାଇପ୍-୨ ଡାଇବେଟିସର ଶିକାର ହେଲେ ଦୃଷ୍ଟିଶକ୍ତି ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ମଧୁମେୟ ହେବା ଦ୍ୱାରା ଆଖି ଭିତରେ ଥିବା ଛୋଟ ଛୋଟ ରକ୍ତବାହିକା ଗୁଡିକ ନଷ୍ଟ ହୋଇଯାଇଥାଏ। ଫଳରେ ମଣିଷ ଗ୍ଲୁକୋମା, ମୋତିଆବିନ୍ଦୁ ଏବଂ ଡାଇବେଟିକ ରେଟିନୋପାଥିର ଶିକାର ହୋଇଥାନ୍ତି।

Myopia

୨. ଯଦି ଆପଣ ଟାଇପ୍-୨ ଡାଇବେଟିସର ଶିକାର ହୋଇଛନ୍ତି ତେବେ ଲୁଣ ଖାଇବା କମ କରିବା ସହିତ ନିୟମିତ ରକ୍ତଚାପ ଯାଞ୍ଚ କରନ୍ତୁ। କାରଣ, ଏପରି ପରିସ୍ଥିତିରେ ଆପଣଙ୍କ ଠାରେ ହୃଦଘାତ ହେବାର ଆଶଙ୍କା ବଢ଼ି ଯାଇଥାଏ।

Heart problem

୩. ମଧୁମେୟର ଶିକାର ହୋଇଥିବା ଲୋକଙ୍କର ହାତ ଏବଂ ଗୋଡ଼ରେ ଭୀଷଣ ଯନ୍ତ୍ରଣା ଅନୁଭବ ହୋଇଥାଏ। 

Knee pain

୪. ମଧୁମେୟ ରୋଗ ହେଲେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ସଞ୍ଚାଳନ ସଠିକ ଭାବରେ ହୋଇନଥାଏ। ଫଳରେ ଅଲସର୍ ପରି ସମସ୍ୟା ସୃଷ୍ଟି ହେବା ସହ ଶରୀରରେ ହୋଇଥିବା ଘା ଗୁଡିକ ଶୀଘ୍ର ଶୁଖିନଥାଏ।

Alcer

୫. ଶରୀରରେ ଅତ୍ୟଧିକ ମାତ୍ରାରେ ସର୍କରା ବୃଦ୍ଧି ହେଲେ ଏହାର ସିଧାସଳଖ ପ୍ରଭାବ କିଡ଼ନୀ ଉପରେ ପଡିଥାଏ। ଏପରି ପରିସ୍ଥିତିରେ ମଣିଷ ନିଜର ସନ୍ତୁଳିତ ଡାଏଟ୍ ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ।

Kidney