ଆପଣ ମଧ୍ୟ ଏହି ୪ଟି ଖାଦ୍ୟ ଖାଆନ୍ତି କି? ହୋଇଯାଆନ୍ତୁ ସାବଧାନ, ହୋଇପାରନ୍ତି 'ବ୍ରେନଷ୍ଟ୍ରୋକ୍'ର ଶିକାର

 
Brainstrokes

ଜୀବନଶୈଳୀ ଏବଂ ଖାଦ୍ୟ ଖାଇବା ଅଭ୍ୟାସ ମଣିଷର ସ୍ୱାସ୍ଥ୍ୟକୁ ଅନେକାଂଶରେ ପ୍ରଭାବିତ କରିଥାଏ। ଖାଦ୍ୟରେ ଭିଟାମିନ ଏବଂ ପୋଷକତତ୍ୱର ଅଭାବ ହେତୁ ଲୋକେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ହାର୍ଟ ଆଣ୍ଡ ଷ୍ଟ୍ରୋକ ଫାଉଣ୍ଡେସନ ରିପୋର୍ଟ ଅନୁଯାୟୀ, ୨୦୧୬ରେ ୯୧,୦୦୦ରୁ ଅଧିକ କାନାଡିୟ ଲୋକେ ବ୍ରେନ୍ ଷ୍ଟ୍ରୋକ୍ କିମ୍ବା ହୃଦରୋଗରେ ମୃତ୍ୟୁ ବରଣ କରିଥିଲେ।

ସାଧାରଣତଃ ଲୋକମାନଙ୍କର ଖାଦ୍ୟପେୟ ଠିକ ରାହୁନଥିବାରୁ, ଏହା ମସ୍ତିଷ୍କକୁ ହେଉଥିବା ରକ୍ତ ପ୍ରବାହରେ ବାଧକ ସୃଷ୍ଟି କରିଥାଏ। ଉପଯୁକ୍ତ ରକ୍ତ ପ୍ରବାହର ଅଭାବ ହେତୁ ମସ୍ତିଷ୍କ କୋଷଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ପାଆନ୍ତି ନାହିଁ ଯେଉଁଥିପାଇଁ ବ୍ରେନଷ୍ଟ୍ରୋକ୍ ପରି ସମସ୍ୟା ସୃଷ୍ଟି ହୋଇଥାଏ। ତେବେ, ଆସନ୍ତୁ ଏପରି କେତୋଟି ଖାଦ୍ୟ ବିଷୟରେ ଜାଣିବା ଯାହାକି ବ୍ରେନ ଷ୍ଟ୍ରୋକର କାରଣ ପାଲଟିଥାଏ:-

୧. ପ୍ରୋସେସ୍ଡ ଜଙ୍କ ଫୁଡ଼ ଏବଂ ତେଲରେ ଛଣା ଯାଇଥିବା ଜିନିଷ ଗୁଡିକରେ ପ୍ରଚୁର ମାତ୍ରାରେ ଟ୍ରାନ୍ସ ଫ୍ୟାଟ୍ ରହିଥାଏ। ଏହା ଶରୀରରେ ଚର୍ବି ବଢାଇବା ସହିତ ବ୍ରେନ ଷ୍ଟ୍ରୋକର ଆଶଙ୍କା ବଢାଇଥାଏ।

Processed food

୨. ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ରକ୍ତଚାପ ବଢିଥାଏ। ଉଚ୍ଚରକ୍ତଚାପ ହେତୁ ହୃଦରୋଗ ଏବଂ ବ୍ରେନଷ୍ଟ୍ରୋକର ଆଶଙ୍କା ବଢ଼ିଥାଏ।

Salt

୩. ଏକ ରିପୋର୍ଟ ଅନୁଯାଇ ଯେଉଁମାନେ ରେଡ଼ ମିଟ୍ ଖାଇଥାନ୍ତି ସେମାନଙ୍କ ଠାରେ ଷ୍ଟ୍ରୋକ ହେବାରେ ଆଶଙ୍କା ୪୨% ବଢ଼ିଯାଇଥାଏ। ରେଡ଼ ମିଟରେ ଅସନ୍ତୁଳିତ ଚର୍ବି ରହିଥାଏ ଯାହାକି ଷ୍ଟ୍ରୋକର କାରଣ ସାଜିଥାଏ।

Red meat

୪. ସେହିପରି ଅଧିକ ପରିମାଣରେ ସୋଡ଼ା ଅଥବା ମୃଦୁପାନୀୟ ପିଉଥିବା ବ୍ୟକ୍ତି ଏବଂ ପିଲାମାନଙ୍କ ଥରେ ଷ୍ଟ୍ରୋକ ହେବାରେ ଆଶଙ୍କା ୪୦% ବଢ଼ି ଯାଇଥାଏ।

Soda