ମହିଳାମାନେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ସାବଧାନ! ନଷ୍ଟ ହୋଇପାରେ ଆପଣଙ୍କ...

 
Water bottle

ସାଧାରଣତଃ ଘର ବାହାରକୁ ଗଲେ ଆମେ ପ୍ଲାଷ୍ଟିକ ବୋତଲରେ ପାଣି ନେଇଥାଉ ଅଥବା ପ୍ଲାଷ୍ଟିକ୍ ବୋତଲରେ ପ୍ୟାକ୍ ହୋଇଥିବା ପାଣି ବୋତଲ କିଣିଥାଉ। କିନ୍ତୁ, ଏହା ନିହାତି ଭାବରେ ଜାଣି ରଖିବା ଉଚିତ ଯେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ବିପଦପୂର୍ଣ୍ଣ ହୋଇପାରେ। ଏପରିକି ଏହି ବୋତଲରେ ପାଣି ପିଇବା ଦ୍ୱାରା ମହିଳାମାନଙ୍କର ଗର୍ଭ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଛି।

Water bottle

ଇଟାଲିର ରୋମ ଟୋର ବର୍ଗାଟା ବିଶ୍ୱବିଦ୍ୟାଳୟର ହିଷ୍ଟୋଲୋଜି ଓ ଭୂବିଜ୍ଞାନ ବିଶେଷଜ୍ଞ ଡା. ଲୁଇସା କ୍ୟାମ୍ପଗନୋଲୋ ଏନେଇ ଚେତାବନୀ ଦେଇଛନ୍ତି। ସେମାନଙ୍କ କହିବା ଅନୁଯାଇ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ଦ୍ୱାରା ଏହାର ଛୋଟ ଛୋଟ କଣ ମଣିଷ ଶରୀର ଭିତରକୁ ପ୍ରବେଶ କରିପାରେ। କେବଳ ସେତିକି ନୁହେଁ ବରଂ ପ୍ଲାଷ୍ଟିକର ମାଇକ୍ରୋ ପାର୍ଟିକଲ ମଣିଷର ବ୍ଲଡ ଷ୍ଟ୍ରିମ ଓ ଗର୍ଭନାଳୀରେ ପହଞ୍ଚିପାରେ। ଯାହାଦ୍ୱାରା ଗର୍ଭବତୀମାନଙ୍କର ଭୃଣ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି।

Pregnancy

ଏହି ମାଇକ୍ରୋ ପ୍ଲାଷ୍ଟିକର ବ୍ୟାସ ୦.୨ ଇଞ୍ଚ ଅର୍ଥାତ ୫ ମିଲିମିଟରରୁ ବି କମ୍ ହୋଇଥାଏ। ଏହା ଖାଲି ଆଖିକୁ ମଧ୍ୟ ଦେଖା ଯାଇନଥାଏ, ପେଟକୁ ଯିବାପରେ ଏହା ଗର୍ଭବତୀଙ୍କ ଭୃଣକୁ ଟାର୍ଗେଟ କରିପାରେ ବୋଲି ଆଶଙ୍କା ରହିଛି। ତେବେ, ଅଧିକ ସମୟ ଖରାରେ ରହିଥିବା ପାଣି ବୋତଲରୁ ପାଣି ପିଇବା ଦ୍ୱାରା ଏହି ସମସ୍ୟା ବଢ଼ିବାର ସମ୍ଭାବନା ରହିଛି। ତେଣୁ, ପ୍ଲାଷ୍ଟିକ ବୋତଲରୁ ପାଣି ନ ପିଇ କୌଣସି ଧାତୁ ପାତ୍ରରୁ ପାଣି ପିଇବା ଲାଭଦାୟକ ଅଟେ।