ଅଧିକ ଉଷୁମ ପାଣି ପିଉଛନ୍ତି କି? ଶରୀର ଉପରେ ପଡିପାରେ ଏହି ୪ ଭୟଙ୍କର କୁପ୍ରଭାବ, ଜାଣନ୍ତୁ କଣ

 
Drinking boiled water

ପ୍ରତିଦିନ ଉଷୁମ ପାଣି ପିଇବା ଦେହ ପ୍ରତି ହିତକର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଖାସ୍ କରି କୋଭିଡ଼ ନିଜର କାୟା ବିସ୍ତାର କରିବା ପରେ ଲୋକେ ଉଷୁମ ପାଣି ପିଇବାକୁ ନିତିଦିନିଆ ଅଭ୍ୟାସରେ ପରିଣତ କରିସାରିଲେଣି। କିନ୍ତୁ, ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆବଶ୍ୟକତା ଠାରୁ ଅଧିକ ଉଷୁମ ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ।

Drinking boiled water

୧. ଅଧିକ ମାତ୍ରାରେ ଉଷୁମ ପାଣି ପିଇବା ଦ୍ୱାରା ଖରାପ ହୋଇପାରେ କିଡ୍ନୀ:- ଉଷୁମ ପାଣି ପିଇବା ଦ୍ୱାରା ବିଷାକ୍ତ ପଦାର୍ଥ ଗୁଡିକ ଦେହରୁ ବାହାରି ଯାଏ ବୋଲି ଭାବିବା ଭୁଲ ଅଟେ। କିଡ୍ନୀ ଶରୀରରେ ଥିବା ଅଧିକ ମାତ୍ରାର ପାଣିକୁ ବାହାର କରିଥାଏ। ଅତ୍ୟଧିକ ଉଷୁମ ପାଣି ପିଇଲେ ଏହା କିଡ୍ନୀ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।

Kidney

୨. ଏକାଗ୍ରତା କମିବା:- ଦରକାର ଠାରୁ ଅଧିକ ମାତ୍ରାରେ ଉଷୁମ ପାଣି ପିଇବା ଦ୍ୱାରା ମଣିଷର ଏକାଗ୍ରତା କମିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

୩. ଅନିଦ୍ରତା:- ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଦ୍ୱାରା ମଣିଷ ନିଦ୍ରାହୀନତା ଶିକାର ହୋଇଥାଏ। ଯାହାଫଳରେ ଏହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।

Loss in concentration

୪. ବ୍ଲଡ଼ରେ ଇଲେକ୍ଟ୍ରୋଲାଇଟ୍ସ ପ୍ରଭାବିତ ହୋଇଥାଏ:- ମାତ୍ରାଧିକ ଉଷୁମ ପାଣି ପିଇବା ଦ୍ୱାରା ମଣିଷର ବ୍ଲଡ଼ ରେ ଇଲେକ୍ଟ୍ରୋଲାଇଟ୍ସ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ମଣିଷ ଶରୀରରେ କୋଷିକା ଫୁଲିବାକୁ ଲାଗିଥାଏ।