ଯଦି ଆପଣ ସଂପୂର୍ଣ୍ଣ ରୁଟି ଖାଇବା ଛାଡ଼ି ଦେବେ, ତେବେ ଶରୀରରେ କଣ ପ୍ରଭାବ ପଡ଼ିବ ଜାଣିଛନ୍ତି?
Updated: Sep 18, 2023, 11:05 IST

ରୁଟି ବା ବ୍ରେଡ ଆମ ଡାଏଟ ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହା କେବଳ ଆମ ପେଟ ପୁରା କରିନଥାଏ ବରଂ ଅନେକ ପ୍ରୋଟିନ ମଧ୍ୟ ଦେଇଥାଏ।ସେଥି ମଧ୍ୟରୁ ଏକ ପ୍ରୋଟିନ ହେଉଛି ଗ୍ଲୁଟେନ୍ । ଏହା ହେଉଛି ଏକ ବିଶେଷ ପ୍ରକାରର ପୋଷାକ ତତ୍ତ୍ଵ ଯାହା ଗହମ, ବାର୍ଲି, ଜଅ ଆଦିରୁ ମିଳିଥାଏ।
ଯଦିଓ ଏହା ଶରୀର ପାଇଁ କ୍ଷତି କାରକ ନୁହେଁ କିନ୍ତୁ ଏହାକୁ ଅଧିକ ଖାଇବା ଦ୍ଵାରା ଶରୀରରେ ସମସ୍ୟା ସୃଷ୍ଟି ହେଇପାରେ ।ଏହି ପ୍ରୋଟିନ ର ହଜମ ସହଜରେ ହୋଇନଥାଏ ତେଣୁ କରି ଯେଉଁ ଲୋକ ମାନେ ସିଲିଏକ ରୋଗରେ ପୀଡିତ ସେମାନେ ଏଥିପ୍ରତି ସତର୍କ ରହିବ ଉଚିତ୍।

ତେବେ ଆସନ୍ତୁ ଜାଣିବା ଯଦି ଏହି ପ୍ରୋଟିନ କୁ ଏକ ମାସ ଯାଏ ଖାଇବା ଛାଡି ଦିଆଯାଏ ତେବେ କଣ ହବ?
ଯଦି ଆପଣ ଏହି ପ୍ରୋଟିନ କୁ ଏକ ମାସ ଧରି ସଂପୂର୍ଣ୍ଣ ଛାଡ଼ିଦେଉଛନ୍ତି ତେବେ ଆପଣଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖା ଦେବ । ଯଦିଓ ଏହାର ହଜମ ପ୍ରକ୍ରିୟା ଜଟିଳ ହୋଇଥାଏ ।ଯଦି ଏହା ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ତେବେ ଏହାର ଲକ୍ଷଣ ଖାଇବା ପରେ ଆପଣନଙ୍କ ଶରୀରରେ ଦେଖାଦେଇପାରେ। ଯେପରିକି ଫୁଲା, ଡାଇରିଆ,ପେଟ ଯନ୍ତ୍ରଣା , ଥକାପଣ, ମୁଣ୍ଡବିନ୍ଧା ଓ ଚର୍ମ ସମସ୍ୟା।
ସାଧାରଣତଃ ସିଲିଆକ୍ ରୋଗୀ ଗ୍ଲୁଟେନ୍ ସମ୍ବେଦନଶୀଳ ଥିବା ବ୍ୟକ୍ତି ମାନେ ଖାଦ୍ୟରୁ ଗ୍ଲୁଟେନ ଦୂର କରିବା ସମୟରେ ଶକ୍ତି ସ୍ତର ଏବଂ ଉନ୍ନତ ମନବଳ ଅନୁଭବ କରନ୍ତି।କାରଣ ଏହା ପ୍ରଦାହକୁ ହ୍ରାସ କରିଥାଏ। ମାତ୍ର ଏହା ଏକ ପୃଷ୍ଟିକର ଖାଦ୍ୟ ହେଇଥିବା ବେଳେ ଏହା ଠାରୁ ଦୁରେଇରହୁଥିବ ବ୍ୟକ୍ତି ଏକ ବିକଳ୍ପ ପ୍ରୁଷ୍ଟିକର ଖାଦ୍ୟର ଚୟନ କରନ୍ତୁ।