ମଇଦାରୁ ପ୍ରସ୍ତୁତ ଖାଦ୍ୟ ଖାଉଛନ୍ତି କି? ତେବେ ଏହି ଲୋକମାନେ ସାବଧାନ ରୁହନ୍ତୁ, ଆପଣଙ୍କ ଶରୀରରେ ହେଉଛି ବଡ଼ କ୍ଷତି
କଣ ଆପଣ ବି ମଇଦାରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଖାଇବାକୁ ଭଲ ପାଉଛନ୍ତି କି ? ତେବେ ଏଣିକି ହୋଇ ଯାଆନ୍ତୁ ସାବଧାନ କାରଣ ମଇଦା ଖାଇବା ଦ୍ୱାରା ଏହାର ବହୁ କୁପ୍ରଭାବ ଶରୀର ଉପରେ ପଡିଥାଏ । ମଇଦା ଦ୍ଵାରା ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଖାଇବା ଦ୍ଵାରା ଏହା ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ହୁଏ ତ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିମ୍ୱା ଆପଣ ଭାବୁ ଥାଇ ପାରନ୍ତି କି ମଇଦା ତ ଗହମରୁ ପ୍ରସ୍ତୁତ ହୁଏ ତେଣୁ ମଇଦା କିପରି କ୍ଷତିକାରକ ହୋଇପାରେ ?
ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ କି ମଇଦା ପ୍ରସ୍ତୁତ ସମୟରେ ଗହମରୁ ତାର ଚୋପା କାଢି ଦିଆଯାଏ । ଯାହା ଦ୍ଵାରା ଏଥିରେ ଥିବା ଫାଇବର ନଷ୍ଟ ହୋଇଯାଏ । ଏହା ସହିତ ସମସ୍ତ ପୋଷକ ତତ୍ତ୍ଵ ମଧ୍ୟ ନଷ୍ଟ ହୋଇଯାଏ ।
ଯାହା ଦ୍ୱାରା ଏହା ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ଏବଂ ବହୁ କୁପ୍ରଭାବ ପକାଇଥାଏ । ମଇଦା ଦ୍ଵାରା ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା ସାଧାରଣତଃ କୋଷ୍ଟକାଠିନ୍ୟ ଭଳି ସମସ୍ୟା ଦେଖା ଦେଇଥାଏ ।
ଏହା ସହ ମଧୁମେହ, କୋଲେଷ୍ଟ୍ରଲ ମାତ୍ରା ମଧ୍ୟ ବଢ଼ିଥାଏ । ଏପରିକି ଓଜନ ହ୍ରାସ ହେବା ସହ ହଜମରେ ମଧ୍ୟ ସମସ୍ୟା ଦେଖା ଦେଇଥାଏ । ତେଣୁ ଆପଣ ଯେତେ ସମ୍ଭବ ଏହି ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରହିବେ , ତାହା ଆପଣଙ୍କ ପାଇଁ ସେତେ ଫଳପ୍ରଦ ରହିବ ।