ଯଦି ଆଣ୍ଠୁରୁ ବାରମ୍ବାର ଫୁଟିବା ଶବ୍ଦ ଆସୁଛି ତେବେ ହୋଇଛି ଏହି ଗମ୍ଭୀର ସମସ୍ୟା, କରନ୍ତୁ ନାହିଁ ଅଣଦେଖା

 
Anthu

କଣ ଆପଣଙ୍କ ହାଡ଼ରୁ ଚଡକିବାର ଶବ୍ଦ ଆସୁଛି କି ? ତେବେ ଜାଣି ନିଅନ୍ତୁ ଏହା ଏକ ନିର୍ଦ୍ଧିଷ୍ଟ ଭିଟାମିନ ଅଭାବରୁ ହୋଇଥାଏ।ଯାହାର ଅଭାବରେ ଶରୀରରେ ହାଡ କମଜୋର ହେବା ସହିତ ଆଣ୍ଠୁ ଗଣ୍ଠି ଜନିତ ବିଭିନ୍ନ ସମସ୍ୟା ବି ଦେଖା ଦେଇଥାଏ।

ବର୍ତ୍ତମାନ ସମୟରେ ଜଏଣ୍ଟ ହାଡ ର ସମସ୍ୟା ବିଶେଷ ଭାବେ ଦେଖା ଦେଉଛି। ଯେଉଁଥିପାଇଁ ଅନେକ ଖର୍ଚ୍ଚାନ୍ତ ବି ହେଉଛନ୍ତି ଲୋକେ।ଅନେକ ସମୟରେ ଔଷଧ ମଧ୍ୟ କାମ ଦେଉ ନାହିଁ।ଏହି ସମସ୍ୟା ଘରେ ଘରେ ଦେଖା ଦେଉଛି ଏବେ।

ଆପଣ ଲକ୍ଷ୍ୟ କରିଥିବେ ବେଳେବେଳେ ଜଏଣ୍ଟ ହାଡ ପାଖରୁ ଚଡକିବାର ଶବ୍ଦ ଶୁଣାଯାଏ।ଯାହାକୁ ସାଧାରଣତଃ ଆମେ ଅଣଦେଖା କରିଥାଉ। ମାତ୍ର ଏହି ପରି ଲକ୍ଷଣ କିଛି ଗୁରୁତ୍ଵ ସମସ୍ୟାର ପୂର୍ବ ଲକ୍ଷଣ ହୋଇଥାଏ। ଯାହା ଆମକୁ ଅଷ୍ଟିଓ ପୋରୋସିସ କିମ୍ବା ଆର୍ଥାଇଟିସ ରୋଗରେ ପକାଇପାରେ।

Vgg

ତେବେ ଆସନ୍ତୁ ଜାଣିବା କେଉଁ ଭିଟାମିନ ର ଅଭାବରେ ଏପରି ସମସ୍ୟା ଦେଖା ଦେଇଥାଏ।

ଏପରି ଭିଟାମିନ D ଅଭାବରୁ ହୋଇଥାଇ ପାରେ। ଆପଣ ଯଦି କେବଳ କ୍ୟାଲସିୟମ ଖାଉଥାନ୍ତି ତେବେ ଏହା ବିଶେଷ ଉପଯୋଗୀ ହୋଇ ନ ପାରେ। ମାତ୍ର ଭିଟାମିନ D ସହିତ କ୍ୟାଲସିୟମ ଅଧିକ ଉପଯୋଗୀ ହୋଇଥାଏ।

ଯାହା ସହଜରେ ହାଡକୁ ଦୁର୍ବଳ ହେବାକୁ ଦିଏ ନାହିଁ।ତେଣୁ କରି ଯଦି ଆପଣଙ୍କ ହାଡ଼ରେ କୌଣସି ସମସ୍ୟା ଅଛି ତେବେ ଆପଣ ବିଳମ୍ବ ନ କରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏବଂ କ୍ୟାଲସିୟମ ସହିତ ଭିଟାମିନ D ର ମଧ୍ୟ ସେବନ କରନ୍ତୁ।