ଚୁଇଙ୍ଗମ୍ ଖାଉଛନ୍ତି କି? WHOର ବଡ଼ ଚେତାବନୀ, ଚୁଇଙ୍ଗମ୍ ଖାଇଲେ ହେବ କ୍ୟାନସର, ଜାଣନ୍ତୁ ପୁରା ଖବର

ବର୍ତ୍ତମାନ ସମୟରେ ଆମେ ଘରୋଇ ଖାଦ୍ୟ ଅପେକ୍ଷା ଦୋକାନ ତଥା ବାହାର ଖାଦ୍ୟ ପ୍ରତି ବେଶୀ ଆସକ୍ତ ହେଉଛେ।ସେ ଫାଷ୍ଟଫୁଡ କୁହନ୍ତୁ କି କୋଲ୍ଡଡ୍ରିଙ୍କସ କି ଆଇସକ୍ରିମ। ଏ ସବୁ ପାଲଟି ଯାଇଛି ଆମର ପସନ୍ଦିତା।
ଖାଦ୍ୟ ମଣିଷ ବଞ୍ଚିବା ପାଇଁ ଖାଇଥାଏ ହେଲେ ବର୍ତ୍ତମାନ ମାର୍କେଟ ରେ ଉପଲବ୍ଧ ଖାଦ୍ୟ ଆମ ଜଲଦି ମରିବାର କାରଣ ଅଟେ।
କଣ ଆପଣ ଜାଣନ୍ତି ଆପଣଙ୍କର ପସନ୍ଦର କୋଲ୍ଡଡ୍ରିଙ୍କ ଓ ଚୁଇଙ୍ଗମ୍ ଖାଇବା ଦ୍ୱାରା ଆପଣ କର୍କଟ ରୋଗରେ ପଡି ପାରନ୍ତି। ଏହା ଆମେ ନୁହେଁ ବରଂ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁସନ୍ଧାନରୁ ଜଣା ପଡିଛି। ତେବେ ଆସନ୍ତୁ ଜାଣି ନେବା ଏହାର କାରଣ।
କୋଲ୍ଡଡ୍ରିଙ୍କ ଓ ଚୁଇଙ୍ଗମ ରେ ମିଶା ଯାଇଥାଏ ଆସ୍ପାର୍ଟେମ । ଏହା ହେଉଛି ଏକ ମାତ୍ର ଜିନିଷ ଯାହା ଶରୀରରେ କର୍କଟ ରୋଗ ବୃଦ୍ଧି କରାଇଥାଏ।
WHO ଅନୁସାରେ ଆସ୍ପାର୍ଟେମ ହେଉଛି ଏକ କର୍କିନୋଜେନ୍ ଅର୍ଥାତ୍ ଏହା ଶରୀରରେ କର୍କଟ ରୋଗ ସୃଷ୍ଟିର ମୂଳ କାରଣେ। ଏହା ହେଉଛି ଏକ କୃତ୍ରିମ ମିଠା ଯାହା ଏହି ଭଳି ଖାଦ୍ୟକୁ ଅଧିକ ମିଠାଯୁକ୍ତ କରିବା ପାଇଁ ବ୍ୟବହାର କରାଯାଇଥାଏ। ଆମେ ଆପଣଙ୍କୁ କହି ରଖୁଛୁ ଆସ୍ପାର୍ଟେମ ଗ୍ରାନ୍ୟୁଲେଟ ଚିନି ଅପେକ୍ଷା ୬୦୦ ଗୁଣ ମିଠା।
ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ କ୍ୟାନ୍ସର ଅନୁସାରେ ଏହି କୃତ୍ରିମ ମିଠା ଖାଇବା ଦ୍ୱାରା ଆପଣ ଆପଣଙ୍କ ଜୀବନକୁ ରୋଗର ନିମନ୍ତ୍ରଣ କରୁଛନ୍ତି।ଜୁଲାଇ ୧୪ରେ ଅଫିସିଆଲ୍ ଭାବେ ଆଇଏଆରସି ଏହାକୁ ଘୋଷଣା କରିବାକୁ ଯାଉଛି।ଏହା ଗତ ବର୍ଷ ଫ୍ରାନ୍ସର ଏକ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ପରୀକ୍ଷା କରାଯାଇ ଜଣା ଯାଇଛି ଯେ ଏହି କୃତ୍ରିମ ମିଠା କେତେ କ୍ଷତି କାରକ।