ଆମେ ଖାଉଥିବା ଚିକେନରେ ଭରି ରହିଛି ଆଣ୍ଟିବାୟୋଟିକ୍ସ, ମଣିଷ ଶରୀର ଉପରେ ଏହା କଣ ପ୍ରଭାବ ପକାଉଛି, ଜାଣନ୍ତୁ ପୁରା ଖବର

 
Chicken

ବର୍ତ୍ତମାନ ବଜାରରେ ଖାଦ୍ୟ ନାମରେ ମିଳୁଛି ବିଷ ! ବଜାରରୁ ପଇସା ଦେଇ ଖାଦ୍ୟ କିଣି ଖାଇବା ଅପେକ୍ଷା ଘରେ ତିଆରି ଖାଦ୍ୟ ଖାଆନ୍ତୁ । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଏହା ମଧ୍ୟ କହି ପାରିବା ଆମିଷ ଛାଡି ନିରାମିଷ ଖାଆନ୍ତୁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

କଣ ଆପଣ ଜାଣନ୍ତି ପ୍ରୋଟିନର ମୁଖ୍ୟ ଉତ୍ସ ଭାବି ଯେଉଁ ଚିକେନ ଖାଉଛନ୍ତି , ତାହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ ? ଆଜ୍ଞା ହଁ , ଜାଣନ୍ତୁ କଣ କହୁଛି ଗବେଷଣା ।

R

ସେଣ୍ଟର୍ ଅଫ୍ ସାଇନ୍ସ ଆଣ୍ଡ ଏନଭର୍ନମେଣ୍ଟ ପକ୍ଷରୁ କରା ଯାଇଥିବା ଗବେଷଣାରୁ ଜଣା ପଡିଛି ଯେ , ଚିକେନରେ ୪୦ ପ୍ରତିଶତ ଆଣ୍ଟି ବାୟୋଟିକ ରହିଛି । ଯାହା ମଣିଷ ଶରୀର ପାଇଁ କ୍ଷତିକାରକ ଅଟେ ।

ଓଜନ ବଢ଼ାଇବା ପାଇଁ ଏହି ଆଣ୍ଟି ବାୟୋଟିକର ବ୍ୟବହାର କରା ଯାଇଥାଏ । ଚିକେନ ଖାଇବା ଦ୍ଵାରା ଏହି ଆଣ୍ଟି ବାୟୋଟିକ ଆମ ଶରୀର ଭିତରେ ପ୍ରବେଶ କରିଥାଏ , ଯାହା ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷରିକାରକ ହୋଇଥାଏ ।