କଣ ଆପଣ ବି ଏହି ସବୁ ଖାଦ୍ୟ ଖାଉଛନ୍ତି କି ? ତେବେ ହୋଇ ଯାଆନ୍ତୁ ସତର୍କ, ରୋଗର ପ୍ରମୁଖ କାରଣ ପାଲଟୁଛି ଏହି ସବୁ ଖାଦ୍ୟ

 
Icmr

ଦିନକୁ ଦିନ ବଢୁଛି ସ୍ୱାସ୍ଥ୍ୟ ସମସ୍ୟା । ଦେଖା ଦେଉଛି ନାହିଁ ନ ଥିବା ରୋଗ । ମାଆ ପେଟର ପିଲା ବି ଏଥିରୁ ବାଦ ପଡୁନି । ଡାକ୍ତରଖାନା ଓ ଔଷଧ କେନ୍ଦ୍ରରେ ଭିଡ କଥା ନ କହିଲେ ଭଲ । ହେଲେ କଣ ଆପଣ କେବେ ଭାବିଛନ୍ତି କି ଏହି ସବୁ ସମସ୍ୟାର ମୁଖ୍ୟ କାରଣ କଣ ।

 Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

କାହିଁକି ଭାରତ ଭଳି ଏକ ଦେଶରେ ବି ବଢ଼ିବାରେ ଲାଗିଛି ମଧୁମେହ , ମେଦବହୁଳତା , ହାର୍ଟ ଆଟାକ ଭଳି ଅନେକ ରୋଗ ? ତେବେ ଆମେ ନୁହେଁ ବରଂ ଗବେଷଣାରୁ ଜଣା ପଡ଼ିଛି ଯେ ଏଥି ପାଇଁ ପ୍ରଥମ କାରଣ ହେଉଛି ଆମର ଜୀବନ ଶୈଳୀ ଓ ଖାଦ୍ୟ ।

E

ଆଜ୍ଞା ହଁ , ଖାଦ୍ୟ ଏକ ଏଭଳି ଜିନିଷ ଯାହା କେବଳ ପେଟ ଭରିବା ପାଇଁ ଖିଆଯାଇ ନ ଥାଏ ବରଂ ଶରୀରକୁ ସୁସ୍ଥ , ସବଳ ଓ ଦୀର୍ଘାୟୁ ରଖିବା ପାଇଁ ଗ୍ରହଣ କରା ଯାଇଥାଏ , ଯାହାର ସେବନ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କି ଯେ , ବର୍ତ୍ତମାନ ଖାଦ୍ୟରେ କୌଣସି ସେ ପ୍ରକାରର ଉପାଦାନ ନାହିଁ ବରଂ ବର୍ତ୍ତମାନ ଆମେ ଖାଉଥିବା ଖାଦ୍ୟ ହିଁ ଆମ ଅସୁସ୍ଥ ହେବାର ମୁଖ୍ୟ କାରଣ ଅଟେ । ଏହା ସହିତ ବର୍ତ୍ତମାନର ଯୁବପିଢି ହୁଅନ୍ତୁ କିମ୍ବା ଛାତ୍ର ଛାତ୍ରୀ ସମସ୍ତଙ୍କ ଠାରେ ଶାରୀରିକ ପରିଶ୍ରମର ମାତ୍ରା ସମ୍ପୂର୍ଣ୍ଣ କମ୍ ରହିଛି ।

ଆଇସିଏମଆର-ଏନଆଇଏନର ନିର୍ଦ୍ଦେଶକ ଡ. ହେମଲତା ଆର'ଙ୍କ ନେତୃତୃରେ ଭାରତୀୟ ପାଇଁ ଏହି ଆହାର ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି । ବୈଜ୍ଞାନିକମାନେ ଏହାର ସମୀକ୍ଷା କରିବା ସହିତ ୧୭ ପ୍ରକାରର ଆହାରକୁ ସୂଚୀବଦ୍ଧ କରାଯାଇଛି । ଗତ କିଛି ଦଶକ ମଧ୍ୟରେ ଭାରତୀୟଙ୍କ ଆହାର ସମ୍ବନ୍ଧୀୟ ଅଭ୍ୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି । ଫଳରେ ଅନେକ ଅଣସଂକ୍ରାମକ ରୋଗ ବୃଦ୍ଧି ହୋଇଛି ।

ସେହିପରି ଆଜି ବି ପୁଷ୍ଟିହୀନତାର କିଛି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି । ଖାଦ୍ୟ ସୁରକ୍ଷା ପାଇଁ ପ୍ରକ୍ରିୟାକୃତ ଖାଦ୍ୟକୁ କମ୍ କରିବା, ଖାଦ୍ୟ ସ୍ତରର ଗୁରୁତ୍ୱକୁ ବୁଝିବା, ଶାରୀରିକ ପରିଶ୍ରମ କରିବାକୁ ପରାମର୍ଶ ଦିଆଯାଇଛି । ୫-୯ ବର୍ଷ ବୟସର ୩୪ ପ୍ରତିଶତ ପିଲା ହାଇ ଟ୍ରାଇଗ୍ଲିସରାଇଡସ ରୋଗରେ ପୀଡ଼ିତ ଅଛନ୍ତି । ଜରୁରୀ ପୋଷକ ତତ୍ତ୍ୱର କମ୍ ସେବନ କରିବା ଫଳରେ ମେଟାବୋଲିଜିମରେ ବାଧା ସୃଷ୍ଟି ହେବା ସହ କମ୍ ବୟସରୁ ଇନସଲିନ ପ୍ରତିରୋଧ ଓ ସମ୍ବନ୍ଧିତ ଡିଜଅର୍ଡର ଆଶଙ୍କା ବୃଦ୍ଧି ପାଇପାରେ ।