ସକାଳ ଜଳଖିଆରେ ଏହି ସବୁ ଖାଦ୍ୟ ବିଷ ସହ ସମାନ, ସତର୍କ ନହେଲେ ମାଡି ଆସିବ ସାଙ୍ଘାତିକ ରୋଗ

 
morning breakfast

ମଣିଷ ଶରୀର ପାଇଁ ଖାଦ୍ୟର ଏକ ମୁଖ୍ୟ ଭୂମିକା ରହିଛି ଯାହାକୁ ଅଣଦେଖା କରାଯାଇ ନ ପାରେ । ତେବେ ଯଦି କୁହାଯାଏ ବର୍ତ୍ତମାନ ଖାଦ୍ୟର ପରିଭାଷା କିଛି ଅଲଗା ହୋଇ ଯାଇଛି । ଯେପରିକି ଆମେ ଅନେକ ସମୟରେ କେବଳ ଜିଭର ସ୍ଵାଦ ପାଇଁ ହିଁ ଖାଦ୍ୟ ଖାଉଛେ , ଯାହା ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସେହିଭଳି ଯଦି ବିଶେଷ ଭାବେ ସକାଳର ଜଳଖିଆ କଥା କୁହାଯାଏ , ତେବେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଯାହାକୁ ସାଧାରଣ ଭାବେ ଆମେ ଅଣଦେଖା କରିଥାଏ । ଯାହା ମନ ହୁଏ ତାହା ଖାଇଥାଏ ।

A

ତେବେ ଆମେ ଯଦି ଏପରି କିଛି ଖାଦ୍ୟ ବିଷୟରେ କହୁ ଯାହା ଆପଣଙ୍କ ଶରୀରକୁ ସବଳ ନୁହେଁ ବରଂ ଦୁର୍ବଳ କରିଥାଏ , ବିଶେଷ କରି ଆପଣ ଏହି ଖାଦ୍ୟକୁ ସକାଳ ଜଳଖିଆରେ ଖାଇବା ଦ୍ଵାରା ଆପଣଙ୍କ ଶରୀରର ଅନେକ କ୍ଷତି ହେବାର ସମ୍ଭାବନା ରହିଛି ।

ଚିପ୍ସ , ସ୍ନାକ୍ସ ଏବଂ ଚାଇନିଜ ଫୁଡ :

ଏହି ଖାଦ୍ୟ ବର୍ତ୍ତମାନ ଆମ ନିତିଦିନ ଜୀବନର ଅଂଶ ପାଲଟି ଯାଇଛି । ଯାହା ଶରୀରରେ ଫ୍ୟାଟ ବଢ଼ାଇବା ସହିତ ଅନେକ ରୋଗକୁ ନିମନ୍ତ୍ରଣ କରିଥାଏ ।

କେକ୍ / କୁକିଜ୍ :

ଏହି ପ୍ରକାରର ଖାଦ୍ୟ ଶରୀରରେ ମେଦ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯାହା ସକାଳେ ଖାଇବା ମାରାତ୍ମକ ଅଟେ ।

ଫଳରସ : 

ବର୍ତ୍ତମାନ ଫଳରସ ପିଇବାର ଏକ ଟ୍ରେଣ୍ଡ ଚାଲିଛି କହିଲେ କିଛି ଭୁଲ ହେବ ନାହିଁ । ହେଲେ ବଜାରରେ ମିଳୁଥିବା ପ୍ୟାକେଟ ଫଳରସ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ଅଟେ ।