ରାତିରେ ବେଡକୁ ଯିବା ପରେ କରନ୍ତୁନି ଏହି ୩ଟି ଭୁଲ୍, ନଚେତ୍ କେବେ ବି ହେବେନି ପତଳା

 
Fat loss

ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ପାଲଟିଛି। ଅନେକ ଲୋକ ନିଜର ଓଜନକୁ ନେଇ ବେଶ୍ ଚିନ୍ତିତ। କେହି କେହି ଏ ନେଇ ମାନସିକ ଚିନ୍ତାରେ ରହୁଥିବା ବେଳେ ଅନ୍ୟ କେହି ବହୁ ଖର୍ଚ୍ଚାନ୍ତ ମଧ୍ୟ ହେଲେଣି। ହେଲେ କୌଣସି ଫାଇଦା ମିଳୁ ନାହିଁ।

ସିସିଟିଭି

ତେବେ ଆମେ ଯଦି ଆପଣଙ୍କୁ କୁଆଡେ ଯିବାର ଆବଶ୍ୟକତା ନାହିଁ ଆପଣ ଏପରି କିଛି ଉପାୟ ଅବଲମ୍ବନ କଲେ ହିଁ ନିଜର ଓଜନ କମାଇ ଦେଇ ପାରିବେ କହୁ ତେବେ ଆପଣଙ୍କୁ କଥାଟି ହୁଏତ ଆଶ୍ଚର୍ଯ୍ୟ ଲାଗି ପାରେ। କିନ୍ତୁ ଆମେ କେବଳ ଏହା କହୁ ନାହୁଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ବି ଏହା କହୁଛି କି ଖରାପ୍ ଖାଦ୍ୟ ଓ ଦୈନନ୍ଦିନ କାର୍ଯ୍ୟ କଳାପର ଅଭାବରେ ମଧ୍ୟ ଓଜନର ବୃଦ୍ଧି ଘଟିଥାଏ।

ବିଶେଷ କରି ଦିନ ଅପେକ୍ଷା ଆମ ରାତିର ରୁଟିନ ଆମ ମୋଟାପଣ ଉପରେ ପ୍ରଭାବ ପକାଇ ଥାଏ। ତେବେ ଆସନ୍ତୁ ଜାଣିବା ରାତିରେ ଶୋଇବାକୁ ଯିବା ପରେ କଣ କରିବା ସମ୍ପୂର୍ଣ ଅନୁଚିତ୍।

ରାତ୍ରିରେ ସ୍ବାକ୍ସ୍ - ବିଳମ୍ବିତ ରାତିରେ ଏହା ଖାଇବା ଦ୍ବାରା ଓଜନର ବୃଦ୍ଧି ସହ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ସ୍ନାକ୍ସ, ଚିନି ଜାତୀୟ ଖାଦ୍ୟ ଆଦି ବିଳମ୍ବିତ ରାତିରେ ଓଜନ ବଢ଼ାଇବାରେ ସହାୟକ ହୋଇଥାନ୍ତି।

ବୈଦ୍ୟୁତିକ ଉପକରଣର ବ୍ୟବହାର - ବିଛଣାରେ ପଡି ରହି ବହୁ ସମୟ ଧରି ଫୋନ୍, ଲାପଟପ୍ ଓ ଟାବଲେଟ ଆଦିର ବ୍ୟବହାର ଆମ ଜୀବନ ଶୈଳୀକୁ ସମ୍ପୂର୍ଣ ବିଗାଡି ଥାଏ। ଏଥିରୁ ନିର୍ଗତ ନୀଳ ଆଲୋକ ଅନିଦ୍ରତାର କାରଣ ଅଟେ।

ଅତ୍ୟଧିକ କ୍ୟାଲୋରୀର ଗ୍ରହଣ - ମନୁଷ୍ୟର ଶରୀର ଏକ ଆବଶ୍ୟକ ମାତ୍ରାରେ କ୍ୟାଲୋରୀ ଗ୍ରହଣ କରି ଥାଏ। ହେଲେ ଅନେକ ଲୋକ ହେଲଦି ହେବା ନାଁରେ ଅତ୍ୟଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇ ଥାନ୍ତି। ଯାହା ଶରୀରରେ ଚର୍ବି ସୃଷ୍ଟି କରାଇଥାଏ।