ବାରମ୍ବାର ଉଷୁମ ପାଣି ପିଉଥିଲେ ସାବଧାନ! ନଚେତ୍ ହୋଇପାରେ ଏହି ସବୁ ବଡ଼ ସମସ୍ୟା

 
Boiled water

କଥାରେ ଅଛି ଜଳ ହିଁ ଜୀବନ। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଅଧିକ ରୁ ଅଧିକ ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଏପରିକି ଉଷୁମ ପାଣି ପିଇବା ଦ୍ୱାରା ମଧ୍ୟ ଶରୀରକୁ ଅନେକ ପ୍ରକାରର ଫାଇଦା ହୋଇଥାଏ। କିନ୍ତୁ, ଦିନକୁ ବାରମ୍ବାର ଉଷୁମ ପାଣି ପିଇବା ଆପଣଙ୍କ ପାଇଁ କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହୋଇପାରେ।

Hot Water

ସାଧାରଣତଃ ସକାଳୁ ଉଠି ଉଷୁମ ପାଣି ପିଇବା ପାଇଁ କୁହାଯାଇଥାଏ। କିନ୍ତୁ, ବାରମ୍ବାର ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ଉପରେ କୁପ୍ରଭାବ ପଡିଥାଏ। ଆମ ଶରୀର ଭିତରେ ଥିବା ଅଙ୍ଗ ଗୁଡ଼ିକ ବେସ୍ ସମ୍ବେଦନଶୀଳ ଅଟେ। ତେଣୁ, ଉଷୁମ ପାଣି ପିଇବା ଦ୍ୱାରା ଏହା ଟିସୁ ଏବଂ ଏହି ଅଙ୍ଗ ଗୁଡିକୁ କ୍ଷତି ପହଞ୍ଚାଇ ଥାଏ।

Kidney

ଖାସ୍ କରି ଓଠ, ଜିଭ, ତଣ୍ଟି ଏବଂ ଖାଦ୍ୟନଳୀ ଉପରେ ଏହା କୁ ପ୍ରଭାବ ପକାଇଥାଏ। ତେବେ, ବାରମ୍ବାର ଉଷୁମ ପାଣି ପିଇବା ଦ୍ୱାରା ଶରୀରର କିଡନୀ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ। ଏହା କିଡନୀର କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଉଥିବାରୁ ଆଗକୁ ଯାଇ ଏହି ଅଭ୍ୟାସ କିଡ଼ନୀ ଫେଲ୍ୱରର ସମ୍ଭାବନା ସୃଷ୍ଟି କରିଥାଏ।