କରୋନା ଓ ଓମିକ୍ରନକୁ ନେଇ ଆସିଲା ବଡ଼ ଖୁସି ଖବର, ଭୁତାଣୁକୁ ନିଷ୍କ୍ରିୟ କରିପାରୁଛି ବୁଷ୍ଟର ଡୋଜ୍, ଜାଣନ୍ତୁ ପୂରା ଖବର

 
Omikron

ପୁଣିଥରେ ଡରାଇଲାଣି କରୋନା,ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ସହ ସାରା ବିଶ୍ୱକୁ କବଳିତ କରିଲାଣି ଏହି ମହାମାରୀ। ଦିନକୁ ଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାରି ଭିତରେ ଆସିଛି ଏକ ଖୁସି ଖବର। ପ୍ରକୃତରେ,ଭାରତ ଦ୍ୱାରା ନିର୍ମିତ କରୋନା ଟୀକା କୋଭ୍ୟାକ୍ସିନ୍ ଉଭୟେ ଡେଲ୍ଟା ଏବଂ ଓମିକ୍ରନ୍ ଭ୍ୟାରିଆଣ୍ଟ ଉପରେ ପ୍ରଭାବଶାଳୀ ବୋଲି ଏକ ଗବେଷଣାରୁ ଜଣାଯାଇଛି।

Omicron

ଆମେରିକାରେ ଥିବା ଇମୋରି ୟୁନିଭର୍ସିଟିର ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଥିବା ନେଇ ଭାରତ ବାୟୋଟେକ୍ ସୂଚନା ଦେଇଛି। ଯେଉଁ ବ୍ୟକ୍ତି ୨ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର ଡୋଜ୍ ନେଉଛନ୍ତି ସେମାନଙ୍କ ଉପରେ କରୋନା ପ୍ରଭାବହୀନ ସାବ୍ୟସ୍ତ ହେଉଛି। ପୂର୍ବରୁ ଓମିକ୍ରନ୍ ଭ୍ୟାରିଆଣ୍ଟର ସ୍ପାଇକ୍ ପ୍ରୋଟିନ ଅଲଗା ହୋଇଥିବାରୁ ଏହା ଉପରେ ଟୀକା କାମ କରିବନାହିଁ ବୋଲି ଅନୁମାନ କରାଯାଉଥିଲା, ଯାହା ବର୍ତ୍ତମାନ ସମୟରେ ଭୁଲ ପ୍ରମାଣିତ ହୋଇଛି।

Covaxin

ଡେଲଟା ଭୂତାଣକୁ ନିଷ୍କ୍ରିୟ କରିବାରେ କୋଭାକ୍ସିନ ୧୦୦ ପ୍ରତିଶତ ସଫଳ ହେଉଥିବା ବେଳେ ଓମିକ୍ରନ ଭୂତାଣୁକୁ ରୋକିବାରେ କୋଭାକ୍ସିନ ୯୦ ପ୍ରତିଶତ ସଫଳ ହେଉଥିବା ନେଇ ଜଣାଯାଇଛି। ଇମୋରି ୟୁନିର୍ଭସିଟିର ଗବେଷଣା ଗାରରେ ଜୀବନ୍ତ ଓମିକ୍ରନ ଓ ଡେଲଟା ଭୂତାଣକୁ ନେଇ ଗବେଷଣା କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ତେଣୁ, ବର୍ତ୍ତମାନ ସମୟରେ ଏହି ମହାମାରୀ ଠାରୁ ବର୍ତ୍ତିବା ପାଇଁ ହେଲେ ତୃତୀୟ ତଥା ବୁଷ୍ଟର୍ ଡୋଜ୍ ନେବା ଜରୁରୀ ଅଟେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।