ପୁଣି ଥରେ ବଢ଼ିବାକୁ ଲାଗିଲାଣି କରୋନା ଭାଇରସ୍‌, ଆଉ ଥରେ ହୋଇପାରେ ଲକଡାଉନ୍‌, ଜାଣନ୍ତୁ ପୁରା ଖବର

 
Corona
ଦେଶରେ ପୁଣି ଦେଖା ଦେଲାଣି କୋଭିଡ଼ ୧୯ । ଯେଉଁଥିରେ ସଂକ୍ରମିତ ହେଉଛନ୍ତି ସାରା ବିଶ୍ଵର ଲୋକେ। ଭାରତରେ ଦେଖା ଦେଲାଣି ଆତଙ୍କ । ଡାକ୍ତରଙ୍କ କହିବା ଅନୁସାରେ ପୂର୍ବ କୋଭିଡ୍ ସଂକ୍ରମଣ ତୁଳନାରେ ଏହା ଅଧିକ ମାତ୍ରାରେ ବ୍ୟାପି ପାରେ । ଯାହା ପାଇଁ ପୂର୍ବରୁ ସତର୍କ ସୂଚନା ନ ଆପଣେଇଲେ ପଛକୁ ପଡିପାରେ ଭାରି ।

ର

ଏବେ କୋଭିଡ୍ ୧୯ ର ନୂଆ ଭାରି ଆଣ୍ଟର ଦେଖା ଦେଲାଣି ବିଶ୍ଵରେ । ଏପରିକି ଭାରତର କେରଳରେ ମଧ୍ୟ ଏହି ଭାରି ଆଣ୍ଟର ମାମଲା ସାମ୍ନାକୁ ଆସିଛି । ଜଣେ ୭୮ ବର୍ଷୀୟ ମହିଳାଙ୍କ ଠାରେ ଦେଖାଦେଇଛି ଏହି ଭାରି ଆଣ୍ଟ । ଜାହା ପ୍ରଥମ ଅବସ୍ଥାରେ ଚିହ୍ନି ହୋଇ ପାରି ଥିବାରୁ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇ ପାରନ୍ତି ମହିଳା । 

ତେବେ ଆସନ୍ତୁ ଜାଣିବା କୋଭିଡ୍ ୧୯ ସବ୍ ଭାରିଆଣ୍ଟର ଲକ୍ଷଣ କଣ ରହିଛି ?

ଏହାର ଲକ୍ଷଣ ପୂର୍ବ କୋଭିଡ୍ ୧୯ ସହ ସମାନ ରହିଛି । ଯେପରିକି 

• ନିଶ୍ବାସ ପ୍ରଶ୍ୱାସ ରେ ସମସ୍ୟା 

• ଜ୍ଵର , କାଶ ଲାଗି ରହିବା ।

• ଥଣ୍ଡାରେ ନାକ ବନ୍ଦ୍ ହୋଇଯିବା ।

• ଗଳା ଯନ୍ତ୍ରଣା ।

• ପେଟ ଖରାପ୍ ।

ତେବେ ଏ ନେଇ କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଭୟଭୀତ ହେବାର କିଛି ନାହିଁ । ସ୍ଥିତି ଉପରେ ନଜର ରଖା ଯାଇଛି । ତେବେ ଆପଣ ମାନେ ମଧ୍ୟ କେବଳ ସତର୍କତା ଅବଲମ୍ବନ କରନ୍ତୁ ମାତ୍ର ଅଯଥା ଭୟଭୀତ ହୁଅନ୍ତୁ ନାହିଁ । ପୂର୍ବ ଭଳି ମାସ୍କ ପରିଧାନ କରନ୍ତୁ ଓ କୌଣସି ଲକ୍ଷଣ ଦେଖା ଗଲେ ପରୀକ୍ଷା କରାଇ ନିଅନ୍ତୁ ।