କରୋନା ସଂକ୍ରମିତଙ୍କ ଛିଙ୍କରୁ ୧୦ ମିଟର ଯାଏଁ ବ୍ଯପିପାରେ ଭାଇରସ୍, ନୂଆ ଗାଇଡଲାଇନ ଆଣିଲେ ସରକାର ଜାଣନ୍ତୁ

 
Corona

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ବିଭୀଷିକା ରଚିଥିବା ବେଳେ। ବର୍ତ୍ତମାନ ଏହାକୁ ନେଇ ଆହୁରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାରଙ୍କ ତରଫରୁ  କରୋନାଭାଇରସ୍ ଠାରୁ ବର୍ତ୍ତିବା ପାଇଁ ନୂଆ ମାର୍ଗଦର୍ଶିକା ମଧ୍ୟ ପ୍ରକାଶ କରାଯାଇଛି। ଏହି ଆଡ଼ଭାଇଜରି ଦ୍ୱାରା କୁହାଯାଇଛି ଯେ ଭାରତରେ ମହାମାରୀ ବ୍ୟାପିବା ପରେ ଆମକୁ ପୁଣି ଥରେ କରୋନା ଠାରୁ ବଞ୍ଚିବା ପାଇଁ ସାଧାରଣ ନିୟମ ଗୁଡିକ ମନେ ରଖିବାକୁ ହେବ ଯାହା ମାଧ୍ୟମରେ କରୋନା ଭୂତାଣୁର ଅଧିକ ସଂକ୍ରମଣକୁ ସୀମିତ ରଖାଯାଇ ପାରିବ।

ଏଥିନେଇ ପରାମର୍ଶଦାତା କହିଛନ୍ତି ଯେ କାର୍ଯ୍ୟାଳୟ ଏବଂ ଘରେ ଭଲ ଭେଣ୍ଟିଲେସନ୍ ଦ୍ୱାରା ସଂକ୍ରମଣର ଆଶଙ୍କା କେତେକାଂଶ ରେ କମିଯାଇ ପାରିବ। କେନ୍ଦ୍ର ଦ୍ୱାରା ପ୍ରକାଶିତ ଆଡ଼ଭାଇଜରି ରେ କୁହାଯାଇଛି ଯେ ଭଲ ଭେଣ୍ଟିଲେସନ୍ ମାଧ୍ୟମରେ ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମଣ ହେବାର ସମ୍ଭାବନା କମ୍ ଥାଏ। ତେଣୁ ଅଫିସ, କାର୍ଯ୍ୟାଳୟ ଏବଂ ହଲ ଗୁଡିକ ପରି ସ୍ଥାନରେ ଭେଣ୍ଟିଲେସନ୍ ର ଖାସ୍ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ। ଏଥିପାଇଁ ଏହି ସବୁ ସ୍ଥାନରେ ଭେଣ୍ଟିଲେଟର ଏବଂ ଫ୍ୟାନ ଗୁଡିକୁ ଠିକ ସ୍ଥାନରେ ଲଗାଇବା ଜରୁରୀ ଅଟେ।

ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଏହାର ପରାମର୍ଶରେ କହିଛି ଯେ ଏରୋସୋଲ ମାଧ୍ୟମରେ ଏହି ଭୂତାଣୁ ସଂକ୍ରମଣ ଶୀଘ୍ର ହୋଇଥାଏ। ଏରୋସୋଲ ବାୟୁରେ ୧୦ ମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ। ପରାମର୍ଶରେ ଦର୍ଶାଯାଇଛି ଯେ ଏରୋସୋଲ ବୁନ୍ଦା ଗୁଡିକ ସଂକ୍ରମିତ ବ୍ୟକ୍ତିଙ୍କ ୨ ମିଟର ବ୍ୟାସାର୍ଦ୍ଧ ଭିତରେ ପଡିଥାଏ।


ସଂକ୍ରମିତ ବ୍ୟକ୍ତିଙ୍କର ଲକ୍ଷଣ ନଥିଲେ ମଧ୍ୟ ଏଥିରୁ ପର୍ଯ୍ୟାପ୍ତ ଏରୋସୋଲ ବୁନ୍ଦା ବାୟୁରେ ବାହାରି ଅଧିକ ଲୋକଙ୍କୁ ସଂକ୍ରମିତ କରିଥାଏ। କେନ୍ଦ୍ର ସରକାରଙ୍କ ଏହି ମାର୍ଗଦର୍ଶିକା ରେ କୁହାଯାଇଛି ଯେ ନିଶ୍ୱାସ, କଥାବାର୍ତ୍ତା, ହସିବା, କାଶ କିମ୍ବା ଛିଙ୍କିବା ଇତ୍ୟାଦି ସମୟରେ ଲୋକମାନଙ୍କ ଠାରୁ ୨ ମିଟର ଦୂରତ୍ୱ ରଖିବା ଜରୁରୀ ଅଟେ। ଏଥିସହିତ ଲୋକମାନଙ୍କୁ ଡବଲ୍ ମାସ୍କ କିମ୍ବା N95 ମାସ୍କ ପିନ୍ଧିବାକୁ ଏହି ମାର୍ଗଦର୍ଶିକା ରେ କୁହାଯାଇଛି।