ଡ଼ରାଇଲାଣି କରୋନା ଭାଇରସ୍ ର ନୂଆ ରୂପ , ସଂକ୍ରମଣର ମାତ୍ର ୨୪ ଘଣ୍ଟା ଭିତରେ ମହିଳାଙ୍କ ହେଲା ଏଭଳି ଅବସ୍ଥା, ଦେଖିଲେ ଭୟବୀତ ହୋଇଯିବେ ଆପଣ

 
ଡ଼ରାଇଲାଣି କରୋନା ଭାଇରସ୍ ର ନୂଆ ରୂପ , ସଂକ୍ରମଣର ମାତ୍ର ୨୪ ଘଣ୍ଟା ଭିତରେ ମହିଳାଙ୍କ ହେଲା ଏଭଳି ଅବସ୍ଥା, ଦେଖିଲେ ଭୟବୀତ ହୋଇଯିବେ ଆପଣ

ପୁଣି ଦେଶରେ ବଢ଼ିଲାଣି କରୋନା ଅକ୍ରାନ୍ତଙ୍କ ସଂଖ୍ୟା। ଡ଼ରାଇଲାଣି କରୋନା ଭାଇରସ୍ ର ନୂତନ ଷ୍ଟ୍ରେନ୍।  ରାଜସ୍ଥାନର କୋଟା ସହରରେ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଭୟବିତ ହୋଇଯିବେ ଆପଣ। କାରଣ କରୋନା ର ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହେବାର ୨୪ ଘଣ୍ଟା ମଧ୍ୟରେ, ଜଣେ ୩୨ ବର୍ଷ ବୟସ୍କା ମହିଳାଙ୍କ ଉଭୟ ଫୁସଫୁସ ନଷ୍ଟ ହୋଇଯାଇଥିବା ଖବର ସାମ୍ନା କୁ ଆସୁଛି।

ସୂଚନା ଅନୁଯାୟୀ, କୋଟାର ଏହି ୩୨ ବର୍ଷ ବୟସ୍କା ମହିଳା ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଯାହା ପାଇଁ ସେ ୯ ଏପ୍ରିଲରେ ତାଙ୍କର ଏକ୍ସ-ରେ କରାଇଥିଲେ। ସେହି ସମୟରେ ତାଙ୍କ ଫୁସଫୁସ ଏବଂ ଅନ୍ୟ ଅଙ୍ଗଗୁଡ଼ିକ ସଠିକ୍ ଭାବେ କାମ କରୁଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ଅମ୍ଳଜାନ ସ୍ତର ଏବଂ ବିପି ମଧ୍ୟ ଭଲ କାମ କରୁଥିଲା। 

ଏପ୍ରିଲ୍ ୧୨ ସୁଦ୍ଧା, ମହିଳାଙ୍କ ସମସ୍ତ ଅଂଶ ଭଲ କାମ କରୁଥିଲା, କିନ୍ତୁ ସେହି ରାତିରେ ମହିଳା ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ପରଦିନ ଯେତେବେଳେ ସେ ଉଠିବାକୁ ଚେଷ୍ଟା କଲା, ସେତେବେଳେ ସେ ମୁଣ୍ଡ ବୁଲାଇବା ସହ ସେ ଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହା ପରେ ଉକ୍ତ ଦିନ ଡାକ୍ତରଖାନାରେ ତାଙ୍କର ସିଟି ସ୍କାନ କରାଯାଇଥିଲା। ସେଠାରେ ମହିଳାଙ୍କ ଉଭୟ ଫୁସଫୁସ ୮୦ ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମିତ ହୋଇଯାଇଥିବା ଜଣା ପଡିଥିଲା।

ମହିଳାଙ୍କ ଅବସ୍ଥା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  କେବଳ ୨୪ ଘଣ୍ଟା ମଧ୍ୟରେ ଉଭୟ ଫୁସଫୁସ କିପରି ଖରାପ ହୋଇଗଲା ତାହା ବୁଝା ପଡିନଥିଲା। ତେବେ ଇନ୍ଦୋରର ଡାକ୍ତରମାନଙ୍କୁ ଦେଖାଇବା ପରେ ଏହା କରୋନା ର ନ୍ୟୁ ଷ୍ଟ୍ରେନ୍ ବୋଲି ଜଣାପଡିଥିଲା। ପରୀକ୍ଷକ ଡାକ୍ତରଙ୍କ କହିବା ଅନୁଯାଇ କରୋନାର ଏହି ନୂତନ ଷ୍ଟ୍ରେନ୍ ରୋଗୀଙ୍କର ଫୁସଫୁସକୁ ଅତି ଶୀଘ୍ର ସଂକ୍ରମିତ କରୁଛି। ତେଣୁ ଲୋକମାନଙ୍କ ଦେହରେ ଲକ୍ଷଣ ଦେଖାଇବା ମାତ୍ରେ ତୁରନ୍ତ ଯାଞ୍ଚ କରିବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି।