କୋଭିଶିଲ୍ଡ,କୋଭ୍ୟାକ୍ସିନ୍ ଓ ସ୍ପୁଟ୍ନିକ୍-V, କେଉଁ ଟିକା ଅଟେ କେତେ ପ୍ରଭାବଶାଳୀ? ଜାଣନ୍ତୁ ୩ଟି ଟିକା ବିଷୟରେ ସବୁକିଛି

 
କୋଭିଶିଲ୍ଡ,କୋଭ୍ୟାକ୍ସିନ୍ ଓ ସ୍ପୁଟ୍ନିକ୍-V, କେଉଁ ଟିକା ଅଟେ କେତେ ପ୍ରଭାବଶାଳୀ? ଜାଣନ୍ତୁ ୩ଟି ଟିକା ବିଷୟରେ ସବୁକିଛି

ଦେଶରେ ବଢୁଥିବା କରୋନା ସଂକ୍ରମଣ କୁ ଆଖିରେ ରଖି ଭାରତ ସରକାର ରୁଷିଆ ନିର୍ମିତ ସ୍ପୁଟ୍ନିକ୍-V ଟୀକା କୁ ଭାରତରେ ଅନୁମୋଦନ ଦେଇଛନ୍ତି। ତେବେ ଭାରତରେ ବର୍ତ୍ତମାନ ଏହାକୁ ମିଶାଇ ତିନୋଟି ଟୀକା ବ୍ୟବହାର କରାଯାଉଛି। ତେବେ କୋଭ୍ୟାକ୍ସିନ୍, କୋଭିଶିଲ୍ଡ ଏବଂ ସ୍ପୁଟ୍ନିକ୍-V ଭିତରେ କେଉଁଟି ଅଟେ କେତେ ପ୍ରଭାବଶାଳୀ, ଆସନ୍ତୁ ଜାଣିବା ଏହାକୁ ନେଇ ସବିଶେଷ ବିବରଣୀ:-

ଫଳପ୍ରଦତା ଦୃଷ୍ଟିରୁ ଦେଖିବାକୁ ଗଲେ, ରୁଷର ସ୍ପୁଟ୍ନିକ୍-V ମଣିଷ ଶରୀର ଉପରେ ୯୧.୬ ପ୍ରତିଶତ ପ୍ରଭାବଶାଳୀ ଏବଂ ରୋଗର ଗମ୍ଭୀରତା ହ୍ରାସ କରିବାରେ ସକ୍ଷମ ହୋଇଥାଏ। ସେହିପରି ଏହାର ପାର୍ଶ୍ଵପ୍ରତିକ୍ରିୟା ମଧ୍ୟ ବହୁତ କମ୍ ଅଟେ। ତୁଳନାତ୍ମକ ଭାବରେ, କୋଭାକ୍ସିନ୍ ୮୧ ପ୍ରତିଶତ ପ୍ରଭାବଶାଳୀ ହୋଇଥିବାବେଳେ କୋଭିଶିଲ୍ଡ ୭୦.୪ ପ୍ରତିଶତ ପ୍ରଭାବଶାଳୀ ଅଟେ। କିନ୍ତୁ ଏହାର ଦୁଇଟି ଡୋଜ ଠିକ ସମୟରେ ନେବା ଦ୍ୱାରା ଏହାର ଫଳପ୍ରଦାତା କୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିଥାଏ।

୧. ରୁଷର ସ୍ପୁଟନିକ୍-V ସାଧାରଣ ଥଣ୍ଡା ପାଇଁ ଦାୟୀ ଦୁଇଟି ଭିନ୍ନ ଆଡେନୋଭାଇରସ୍ ଦ୍ୱାରା ଗଠିତ ହୋଇଥାଏ, କୋଭିଶିଲ୍ଡ ଟୀକା କୁ ମଧ୍ୟ ସମାନ ପ୍ରକ୍ରିୟା ରେ ତିଆରି କରାଯାଇଥିବା ବେଳେ କୋଭାକ୍ସିନ୍ ମୃତ କରୋନା ଭୂତାଣୁ ଦ୍ୱାରା ନିର୍ମିତ ଏକ ନିଷ୍କ୍ରିୟ ଭୂତାଣୁ ଅଟେ। 

ରୁଷର ସ୍ପୁଟ୍ନିକ୍-V ଟୀକା ଶରୀରରେ ଆଣ୍ଟିବଡି ଉତ୍ପାଦନକୁ ବୃଦ୍ଧି କରିଥାଏ। ଫେବୃଆରୀ ୨୦୨୧ ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ,ଏହାର କେତେକ ପାର୍ଶ୍ଵପ୍ରତିକ୍ରିୟା ଗୁଡିକ ହେଲା:-

 - ମୁଣ୍ଡ ବିନ୍ଧା।

 - କ୍ଳାନ୍ତ ଅନୁଭବ କରିବା।

 - ଇଞ୍ଜେକ୍ସନ ନେଇଥିବା ଜାଗାରେ ଯନ୍ତ୍ରଣା ଅନୁଭବ କରିବା।

 -ସାମାନ୍ୟ ଜ୍ୱର ଆସିବା।

୨. ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭ୍ୟାକ୍ସିନ୍ ଟୀକା ଶରୀର ର ପ୍ରତିରକ୍ଷା ପ୍ରଣାଳୀକୁ ଭବିଷ୍ୟତରେ ଭୂତାଣୁ ଚିହ୍ନଟ କରିବା ପାଇଁ ତାଲିମ ଦେଇଥାଏ। କୋଭ୍ୟାକ୍ସିନ୍ ର ଫ୍ୟାକ୍ଟ ସିଟ୍ ଅନୁଯାୟୀ, ଏଥିରେ ନିମ୍ନଲିଖିତ ପାର୍ଶ୍ୱ ପ୍ରତିକ୍ରିୟା ଗୁଡିକ ଦେଖିବାକୁ ମିଳିଥାଏ:-

- ଇଞ୍ଜେକ୍ସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ଫୁଲା ରହିବା।

- ସାମାନ୍ୟ ଜ୍ୱର ରହିବା।

-ଝାଳ ବୋହିବା ଏବଂ ଦେହ ହାତ ଥରିବା।

-ଦେହ ଏବଂ ମୁଣ୍ଡ ବିନ୍ଧା ହେବା।

- ବାନ୍ତି ଲାଗିବା।

୩. ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ନିର୍ମିତ କୋଭିଶିଲ୍ଡ ଟୀକାର କେତେକ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଖାସ କରି ରକ୍ତ ଜମାଟ ବାନ୍ଧିବା ସହ ନିମ୍ନଲିଖିତ କେତେକ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି:-

- ଇଞ୍ଜେକ୍ସନ ନେଇଥିବା ଜାଗାରେ ଯନ୍ତ୍ରଣା ଅନୁଭବ ହେବା।

- ଇଞ୍ଜେକ୍ସନ ନେଇଥିବା ସ୍ଥାନ ଲାଲ ହୋଇଯିବା।

- ସାମାନ୍ୟ କିମ୍ବା ଉଚ୍ଚ ଜ୍ୱର ଆସିବା।

- ଅତ୍ୟଧିକ ଅଳସୁଆ ଏବଂ ଥକାପଣ ଆସିବା।

- ବାହୁରେ କଠିନତା ଅନୁଭବ କରିବା।

-ଦେହ ହାତ ବିନ୍ଧା ଯନ୍ତ୍ରଣା ହେବା।