ଓଡ଼ିଆ ଚଳଚିତ୍ର ରେ ଦେଖିବାକୁ ମିଳିବ ଏହି ସୁନ୍ଦର ଅଭିନେତ୍ରୀ ଙ୍କ ଅଭିନୟ, ପଢନ୍ତୁ ଚଳଚିତ୍ର ବିଷୟରେ

ଓଡ଼ିଆ ନୂଆ ଚଳଚିତ୍ର ‘ପାଗଳ ମୁଁ ତୋ’ ପାଇଁ’ରେ ଫିଲ୍ମ ରେ ନୂଆ ନାୟିକା ଭାବରେ ଖୁବ ଶୀଘ୍ର ଦେଖିବାକୁ ମିଳିବେ ଜଣେ ସୁନ୍ଦରୀ ଅଭିନେତ୍ରୀ। ସେ ହେଲେ ଲଭ୍ଲି ଲିଲି। ଲଭ୍ଲି ଲିଲି ଙ୍କ ଅଭିନୀତ ଚରିତ୍ରର ନାଆଁ ହେଉଛି ପାୟଲ୍। ସେ ଏହି ଚଳଚିତ୍ର ରେ ଜଣେ ଚୁଲୁବୁଲି ଝିଅ ଭୂମିକା ରେ ନଜରକୁ ଆସିବେ, ଯିଏ କଲେଜ୍ରେ ପାଠ ପଢ଼େ। ପାୟଲ ହେଉଛି ଜଣେ ଡନ୍ର ସାନ ଭଉଣୀ। ଏଥିରେ ଡନ୍ ଭୂମିକା ନିଭାଇଛନ୍ତି ଅଭିନେତା ମନୋଜ ମିଶ୍ର । ଫିଲ୍ମରେ ନିଜ ଚରିତ୍ରଟି ଖୁବ୍ ଦମଦାର୍ ବୋଲି କହନ୍ତି ଲଭ୍ଲି ଲିଲି ।

ଏ ବି ଭିଜୁଆଲ୍ ପ୍ରଡ଼କସନ୍ ପ୍ରାଇଭେଟ୍ ନିର୍ମିତ ଏହି ସିନେମାର ପ୍ରଯୋଜକ ହେଲେ ସୁଧାଂଶୁ ଜେନା। ଏଥିରେ ଅଙ୍କିତ କୁମାର,ଲଭ୍ଲି ଲିଲି,ଅନୀତା ଦାସ,ବିଜୁ ବଡ଼ଜେନା,ଜୀବନ ପଣ୍ଡା ଓ ଡ଼ .ଅନନ୍ତ ଆଚାର୍ଯ୍ୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ଲିଲି ଙ୍କ ପ୍ରକୃତ ନାଆଁ ହେଲା ମନୋରମା ନାୟକ। ଘରେ ତାଙ୍କୁ ଲିଲି ବୋଲି ଡ଼ାକନ୍ତି ସମସ୍ତେ। ପରଦାରେ ଭଲ ନାଆଁ ଟିଏ ରଖିବାକୁ ଇଛା ହେଲା ତାଙ୍କର । ଏଣୁ ସେ ନିର୍ଦ୍ଦେଶକ ଏନ୍.ପାଢ଼ୀଙ୍କୁ ଫିଲ୍ମରେ ନିଜର ନାଆଁ ଲଭ୍ଲି ଲିଲି ରଖିବାକୁ ଅନୁରୋଧ କରିଥିଲେ। ସେ ବି ମୋ’ କଥା ରଖିଲେ। ବାସ୍ ତାପରେ ଏହି ନାମରେ ଏବେ ପରିଚିତ ହେଉଛନ୍ତି ଓଲିଉଡରେ।

ତେବେ ବର୍ତମାନ ଦେଖିବା ବାକି ରହିଲା କି ଦର୍ଶକ ମାନେ ଲିଲି ଙ୍କୁ କେତେ ଦୂର ଯାଏ ପସନ୍ଦ କରୁଛନ୍ତି, ଆଉ ଲିଲି କେତେ ଦୂର ନିଜର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନ ଜିତି ପାରୁଛନ୍ତି।