ମହିଳାଙ୍କ ଠାରେ ଦ୍ରୁତଗତିରେ ବଢୁଛି ସର୍ଭାଇକାଲ୍ କ୍ୟାନ୍ସର, ଯୌନ ସଂପର୍କରୁ ଏହା କେମିତି ହୁଏ, ଜାଣନ୍ତୁ କେମିତି ରହିବେ ସତର୍କ

 
Cervical cancer
ବର୍ତ୍ତମାନ ବିଶ୍ବରେ କ୍ୟାନ୍ସର ଏକ ବଡ ସମସ୍ୟା ପାଲଟିଛି । ତେବେ କ୍ୟାନ୍ସର କହିଲେ ଏହା ବିଭିନ୍ନ ପ୍ରକାର କ୍ୟାନ୍ସରକୁ ବୁଝାଇଥାଏ । ଏକ ସର୍ଭେ ରୁ ଜଣା ପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳା ମାନେ ବିଶେଷ ଭାବେ କ୍ୟାନ୍ସର ରୋଗରେ ପୀଡ଼ିତ ହେଉଛନ୍ତି । ମହିଳା ମାନଙ୍କ କ୍ଷେତ୍ରରେ ଦେଖା ଦେଉଥିବା କ୍ୟାନ୍ସର ମଧ୍ୟରୁ ସର୍ଭିକାଲ କ୍ୟାନ୍ସର ବା ଗର୍ଭାଶୟ କର୍କଟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

E

ବ୍ରିଷ୍ଟ କ୍ୟାନ୍ସର ଓ ଓଭାଲ କ୍ୟାନ୍ସର ପରେ ସର୍ଭିକାଲ୍ କ୍ୟାନ୍ସରରେ ସଂକ୍ରମିତ ଲୋକ ସଂଖ୍ୟା ତୃତୀୟରେ ରହିଛି । ୨୦୨୦ର ୟୁଏସ ଦ୍ୱାରା ହୋଇଥିବା ଏକ ସର୍ଭେ ଅନୁସାରେ ସେହି ମସିହାରେ ପ୍ରାୟ ୬ଲକ୍ଷ ୪ହଜାର ଲୋକ ସର୍ଭିକାଲ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ଯେଉଁଥିରୁ ପ୍ରାୟ ୩ ଲକ୍ଷ ୪୨ ହଜାର ମହିଳା ମୃତ୍ୟୁ ବରଣ କରିଥିଲେ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଆସନ୍ତୁ ଜାଣିବା ସର୍ଭିକାଲ କ୍ୟାନ୍ସର ତଥା ଗର୍ଭାଶୟ କର୍କଟ କାହାକୁ କୁହାଯାଏ ?

ସର୍ଭିକାଲ କ୍ୟାନ୍ସର ଗର୍ଭାଶୟରୁ ଆରମ୍ଭ ହୋଇଥାଏ । ଗର୍ଭାଶୟରେ ଦିର୍ଘ ଦିନ ଧରି ସଂକ୍ରମଣ ଲାଗି ରହିବା ଦ୍ଵାରା ଏହା ସର୍ଭିକାଲ କ୍ୟାନ୍ସର ଆଡ଼କୁ ଗତି କରିଥାଏ । ଏହା ସାଧାରଣତଃ ଯେଉଁ ମହିଳା ମାନେ ଗର୍ଭ ନିରୋଧକ ଔଷଧର ସେବନ କରିଥାନ୍ତି ବା ପର୍ଯ୍ୟାୟ କ୍ରମେ ଶାରିରୀକ ସମ୍ପର୍କ ରଖିଥାନ୍ତି ସେମାନଙ୍କ କ୍ଷେତ୍ରରେ ଦେଖା ଦେଇଥାଏ।

ଏହା ଗର୍ଭାଶୟରୁ ବିକଶିତ ହୋଇ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ଆକ୍ରମଣ କରିଥାଏ । ପାପିଲୋମା ନାମକ ଭାଇରସ ଏହି ସଂକ୍ରମଣକୁ ଦ୍ରୁତ ଗତିରେ ବଢ଼ାଇ ଥାଏ । ଏହି ସମୟରେ ଯୌନରୁ ଜାୟୁକୁ କୋଷର ଅବ୍ୟାହିତ ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି କ୍ୟାନ୍ସରର କଣ ସବୁ ଲକ୍ଷଣ ରହିଥାଏ ଏବଂ କେଉଁ ସବୁ ଲକ୍ଷଣ ଦେଖା ଦେବା ଦ୍ୱାରା ଆପଣ ତୁରନ୍ତ ଡାକ୍ତର ପରାମର୍ଶ କରାଇବା ହେବେ ।

ସର୍ଭିକାଲ କ୍ୟାନ୍ସର ତଥା ଗର୍ଭାଶୟ କର୍କଟର ଲକ୍ଷଣ :

• ବାରମ୍ବାର ପରିସ୍ରା ଲାଗିବା ।

• ପରିସ୍ରାରେ ଧାତୁ ପଡିବା ।

• ପିଠି , ପେଟ କିମ୍ବା ପରିସ୍ରା ଦ୍ଵାରରେ ଯନ୍ତ୍ରଣା ହେବା ।

• ଓଜନ ହ୍ରାସ ହେବା ।

• ରକ୍ତ ହୀନତା ।

• ହାଲିଆ ଲାଗିବା ।

• ପେଟ ଫୁଲିବା । 

• ଯୌନ ସଂପର୍କ ବେଳେ ରକ୍ତ ପଡିବା ।