ଏବେ କରୋନା ଭୂତାଣୁକୁ ରୋକିବ ଗଞ୍ଜେଇ! ଗବେଷଣାରୁ ହେଲା ଏହି ବଡ଼ ଖୁଲାସା, ଜାଣନ୍ତୁ ପୂରା ଖବର

 
Cannabis to stop covid

ଆମ ଦେଶରେ ଗଞ୍ଜେଇକୁ ଏକ ନିଶା ଦ୍ରବ୍ୟ ଭାବରେ ବିବେଚନା କରାଯାଇଥାଏ। ଏହାର ବ୍ୟବହାର ଏବଂ ଚୋରା ଚାଲାଣ ଉପରେ ରୋକ ଲାଗିଥିବା ବେଳେ ଏହା ହିଁ କରୋନା ଭୂତାଣୁ ଠାରୁ ରକ୍ଷା କରିବ ବୋଲି ଏକ ଗବେଷଣାରୁ ଜଣାପଡିଛି। ଗଞ୍ଜେଇରେ ଥିବା କାନାବିନଏଡ୍‌ ଏସିଡ୍‌ କୋଭିଡ-୧୯ ସୃଷ୍ଟି କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁକୁ ମଣିଷର କୋଷରେ ପ୍ରବେଶ କରିବାକୁ ଦିଏନାହିଁ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

Covid

ଜର୍ଣ୍ଣାଲ ଅଫ ନ୍ୟାଚୁରାଲ ପ୍ରଡକ୍ଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାଇ ଗଞ୍ଜେଇରେ ମିଳୁଥିବା କାନନାବିନଏଡ୍ ଏସିଡ SARS-CoV-2 ସ୍ପାଇକ୍ ପ୍ରୋଟିନରେ ବାନ୍ଧି ହୋଇଯାଇଥାଏ। ଫଳରେ ଏହା କରୋନା ଭୂତାଣୁକୁ ଶାରିରରେ ସଂକ୍ରମଣ ବଢ଼ାଇବା ଦିଗରେ ପ୍ରତିବନ୍ଧକ ସାଜିଥାଏ। କାନାବିଗେରୋଲିକ୍ ଏସିଡ୍ ଓ କାନାବିଡିଓଲିକ୍ ଏସିଡ୍ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଉଥିବା ଏପିଏଥେଲିଆ ସେଲର ସଂକ୍ରମଣକୁ ରୋକିଥାଏ। କେବଳ ଏତିକି ନୁହେଁ ହେମ୍ପରେ ଏହି ଏସିଡ଼ ପ୍ରଚୁର ମାତ୍ରାରେ ମିଳୁଥିବା ବେଳେ ଏହାକୁ ପାଟି ଯୋଗେ ନିଆ ଯାଇପାରିବ ଏବଂ ଏହା ଶରୀରକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି କୁହାଯାଉଛି।

Cannabis

ଗଞ୍ଜେଇ ମଧ୍ୟରେ ମିଳୁଥିବା ଏହି ଉପାଦାନ ପୂର୍ବରୁ ଆଲଫା ଏବଂ ବେଟା ଭ୍ୟାରିଆଣ୍ଟ ଉପରେ କାମ କରୁଥିବା ବେଳେ ଏହା ଅନ୍ୟ ସମସ୍ତ ଭ୍ୟାରିଆଣ୍ଟ ଉପରେ ପ୍ରଭାବୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ଗଞ୍ଜେଇ ଏକ ପ୍ରାକୃତିକ ଫାଇବରର ଉତ୍ସ ହୋଇଥିବା ବେଳେ ଏହା କସମେଟିକ, ବଡି ଲୋସନ, ଡାଏଟାରୀ ସପ୍ଲିମେଣ୍ଟ ଓ ଖାଦ୍ୟରେ ସାମିଲ କରାଯାଏ ବୋଲି ଆମେରିକାର ଓରେଗନ୍‌ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର ଗବେଷକ ରିଚାର୍ଡ ଭାନ ବ୍ରେମେନ କହିଛନ୍ତି।