ଆଇସିଏମଆର୍ ଦେଲା ଚେତାବନୀ! ଭାରତରେ ବଢ଼ିବ କ୍ୟାନ୍ସର୍ ରୋଗୀଙ୍କ ସଂଖ୍ୟା, ଜାଣନ୍ତୁ ପୂରା ଖବର

 
Cancer

ସାରା ବିଶ୍ୱରେ ଦିନକୁ ଦିନ ବିଭିନ୍ନ ପ୍ରକାର ରୋଗର ପଦୁର୍ଭାବ ବଢିବାକୁ ଲାଗୁଥିବା ବେଳେ ଏବେ ଭାରତ ପାଇଁ ଜାରି ହୋଇଛି ସତର୍କବାଣୀ। ଆଗାମୀ ୩ ବର୍ଷରେ ଭାରତର କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଆହୁରି ୧୨.୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ ଅଥବା ଆଇସିଏମଆର ପକ୍ଷରୁ କୁହାଯାଇଛି।

Cancer

 ଆଇସିଏମଆରର ଏକ ରିପୋର୍ଟ ଅନୁଯାଇ ୨୦୨୦ରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କ୍ୟାନ୍ସରର ଆନୁମାନିକ ସଂଖ୍ୟା ୧୩.୯୨ ଲକ୍ଷଥିବା ବେଳେ ୨୦୨୧ରେ ଏହା ବୃଦ୍ଧି ପାଇ ୧୪.୨୬ ଲକ୍ଷ୍ୟରେ ପହଞ୍ଚିଥିଲା। ତେବେ ୨୦୨୨ ମସିହାରେ ଏହା ଆହୁରି ବୃଦ୍ଧି ପାଇ ୧୪.୬୧ ଲକ୍ଷ୍ୟରେ ପହଞ୍ଚିଛି। ତେଣୁ, ଏହି ପାର୍ଟନ୍ କୁ ଦେଖିଲେ ଆଗାମୀ ବର୍ଷ ଭିତରେ ଏହା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Icmr

ବର୍ତ୍ତମାନ ସମୟରେ ଲୋକଙ୍କ ଜୀବନଶୈଳୀ, ଖାଦ୍ୟଅଭ୍ୟାସ, ବୟସବୃଦ୍ଧି ଏବଂ ବ୍ୟାୟାମର ଅଭାବ ହିଁ କ୍ୟାନ୍ସର ହେବାର ମୁଖ୍ୟ କାରଣ ଭାବରେ ଉଭା ହୋଇଛି। ପ୍ରାରମ୍ଭିକ ସମୟରେ ଲୋକେ କ୍ୟାନ୍ସରର ଲକ୍ଷଣ ଜାଣି ପାରୁନଥିବା ହେତୁ ଏଥିରେ ମୃତ୍ୟୁହାର ଅଧିକ ରହୁଛି। ତେଣୁ, କ୍ୟାନ୍ସର ପ୍ରତି ସଚେତନତା ବାଣ୍ଟିବା ଜରୁରୀ ହୋଇପଡିଛି ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି।