ମଣିଷ DNA ରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ! ପୂର୍ବପୁରୁଷଙ୍କ ଅବଶିଷ୍ଟାଂଶରୁ ତିଆରି ହେବ ଆଣ୍ଟିବଡ଼ି, ଜାଣନ୍ତୁ ପୂରା ଖବର

 
DNA

ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ସହିତ ମଣିଷ ଉପରକୁ ଅନେକ ପ୍ରକାର ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ ବରଂ ଏଥିନେଇ ମଣିଷର ଜୀବନଶୈଳୀ ଏବଂ ଭୁଲ୍ ଖାଦ୍ୟ ଅଭ୍ୟାସକୁ ମଧ୍ୟ ଦାୟୀ କରାଯାଇପାରେ। ରୋଗ ମାନଙ୍କ ମଧ୍ୟରେ ଏକାଧିକ ଲୋକେ କ୍ୟାନ୍ସର୍ ଭଳି ଭୟଙ୍କର ରୋଗର ମଧ୍ୟ ସାମ୍ନା କରୁଛନ୍ତି।

Cancer

ତେବେ, କ୍ୟାନ୍ସରକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ପ୍ରକୃତରେ ଫୁସଫୁସ୍ କ୍ୟାନ୍ସରକୁ ରୋକିବା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ କିଛି ସୁରାକ୍ ମିଳିଛି। ଆମର ଶରୀରର ଡିଅକ୍ସିରିବୋ ନ୍ୟୁକ୍ଲିକ ଏସିଡ (ଡିଏନଏ)ରେ ରହିଥିବା ପୁରୁଣା ଭାଇରସର ଅବଶିଷ୍ଟାଂଶ ଲଙ୍ଗ କ୍ୟାନସରର ଚିକିତ୍ସା ଦିଗରେ ବେଶ୍ ସହାୟକ ହୋଇ ପାରିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

Dna

ଭାଇରାଲ ରୋଗରୁ ବର୍ତ୍ତି ଯାଇଥିବା ଆମ୍ଭର ପୂର୍ବପୁରୁଷଙ୍କ ଡ଼ିଏନଏର କିଛି ଅଂଶ ଆମ ଡିଏନଏରେ ପୁରୁଣା କୋଷିକାମାନଙ୍କର ଅବଶେଷ ରହିଛି, ତାହାକୁ ଏଣ୍ଡୋଜେନସ ରେଟ୍ରା ଭାଇରସ (ଇଆରଭି) ବୋଲି କୁହାଯାଇଥାଏ। ଏହା ଫୁସଫୁସ୍ ବିପକ୍ଷରେ ଲଢ଼ିବା ପାଇଁ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି କରିପାରିବ ବୋଲି ଆଶା କରାଯାଉଛି। ଏକ ମୂଷା ଉପରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ଏହା ସଫଳ ହୋଇଥିବା ସୂଚନା ମିଳିଛି।