ମହିଳାମାନଙ୍କ ପାଇଁ ମଧ୍ୟ ଥାଏ କି ଭାୟାଗ୍ରା? ଏହା ଖାଇଲା ପରେ ତାଙ୍କ ଶରୀରରେ କଣ ହୋଇଥାଏ, ଜାଣନ୍ତୁ ପୂରା ଡିଟେଲ୍ସ

 
Vigra

ଭାୟାଗ୍ରା ଔଷଧ ବିଷୟରେ ତ ପ୍ରାୟ ସମସ୍ତେ ଜାଣିଛନ୍ତି। ଏହା ଏପରି ଏକ ଟ୍ୟାବଲେଟ୍ ଯାହାକୁ କିଛି ସମୟ ପାଇଁ ଯୌନ ଶକ୍ତି ବୃଦ୍ଧି ବୃଦ୍ଧି କରିବାକୁ ବ୍ୟବହାର କରାଯାଇଥାଏ। ସାଧାରଣତଃ ପୁରୁଷମାନେ ହିଁ ଭାଏଗ୍ରା ବ୍ୟବହାର କରିଥାନ୍ତି ବୋଲି ଲୋକେ ଭାବିଥାନ୍ତି। କିନ୍ତୁ, କଣ ସତରେ ମହିଳା ମାନେ ଏହାକୁ ବ୍ୟବହାର କରନ୍ତି ନାହିଁ?

Viagra

ବିଶେଷଜ୍ଞମାନଙ୍କ କହିବା ଅନୁଯାଇ ପୁରୁଷମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରିଥାନ୍ତି। କିନ୍ତୁ, ବେଳେ ବେଳେ ଏଣ୍ଡୋମେଟ୍ରିଆଲ୍ ଘନତା ବଢାଇବା ପାଇଁ ମହିଳାମାନଙ୍କୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଉପରେ ଭାୟାଗ୍ରା ମଧ୍ୟ ଦିଆଯାଏ। ଭାଏଗ୍ରା ଶରୀରର ବିଭିନ୍ନ ଅଙ୍ଗରେ ରକ୍ତ ସଞ୍ଚାଳନ ବଢ଼ାଇବାରେ ସହାୟକ ହୋଇଥାଏ। ପୁରୁଷମାନଙ୍କ କ୍ଷେତ୍ରରେ ଯୌନାଙ୍ଗରେ ରକ୍ତ ସଞ୍ଚାଳନ ବଢାଇବା ଏବଂ ଲିବିଡୋ ବୃଦ୍ଧି ପାଇଁ ଏହା ବ୍ୟବହୃତ ହୁଏ।

Women

ସାଧାରଣତଃ ଭାୟାଗ୍ରାର ମାତ୍ରା ୨୫ ରୁ ୧୦୦ ମିଲିଗ୍ରାମ ମଧ୍ୟରେ ରହିବା ଉଚିତ। ଏହାଠାରୁ ଅଧିକ ମାତ୍ରାରେ ନେବା ଏବଂ ମଦ ସହିତ ବ୍ୟବହାର କରିବା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଖାସ୍ କରି ପୂର୍ବରୁ ହାର୍ଟ ସମସ୍ୟା  ଥିବା ବ୍ୟକ୍ତିମାନେ ଏହା ବ୍ୟବହାର କରିବା ଠାରୁ ଦୂରେଇ ରହିବା ଜରୁରୀ ଅଟେ। ବିନା କୌଣସି ପ୍ରେସକ୍ରିପସନରେ ଏହା ମିଳି ଯାଉଥିବାରୁ ଏହାର ଅପବ୍ୟବହାର ହେଉଛି। ଦରକାର ନଥିଲେ ଏହାକୁ ଖୁସିରେ ନେବା ଉଚିତ ନୁହେଁ।