ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ କାୟା ବିସ୍ତାର କରୁଛି ବ୍ଲାକ ଫଙ୍ଗସ୍!! ୪୮ ଘଣ୍ଟା ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ସହ ୨୦ ରୁ ଅଧିକ ସଂକ୍ରମିତ…..

 
ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ କାୟା ବିସ୍ତାର କରୁଛି ବ୍ଲାକ ଫଙ୍ଗସ୍!! ୪୮ ଘଣ୍ଟା ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ସହ ୨୦ ରୁ ଅଧିକ ସଂକ୍ରମିତ…..

ବର୍ତ୍ତମାନ କରୋନାରେ ପୀଡିତ ଲୋକଙ୍କୁ ଭୟଭୀତ କରିବା ଆରମ୍ଭ କରିଛି ବ୍ଲାକ ଫଙ୍ଗସ୍। ଖାସ୍ କରି ଉତ୍ତର ପ୍ରଦେଶରେ ଏହା ବହୁ ମାତ୍ରାରେ ଲୋକଙ୍କୁ ସଂକ୍ରମିତ କରୁଥିବା ଦେଖିବାକୁ ମିଳୁଛି, ୟୁପିର ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଏହାର ବିପଦ ବଢ଼ିବାରେ ଲାଗିଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟି ସାରିଛି। ରାଜଧାନୀ ଲଖ୍ନୋରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଝାଂସିରେ ଦୁଇଜଣ ଏବଂ ମେରଟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟ ଘଟିଛି।

ଏଥିସହ ଗୋରଖପୁରରେ ଦୁଇ ଦିନ ମଧ୍ୟରେ ଧରାପଡିଥିବା ଦୁଇ ରୋଗୀଙ୍କ ମଧ୍ୟରୁ ଜଣଙ୍କର ଆଖି ଖରାପ ହୋଇଯାଇଛି। ସେହିପରି ବାରଣାସୀ ରେ ୨୦ ଜଣ ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ଝାଂସି ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଦୁଇ ବ୍ୟକ୍ତିଙ୍କର ଏହି ସଂକ୍ରମଣ ରେ ମୃତ୍ୟୁକୁ ନେଇ ମୁଖ୍ୟ ଡକ୍ଟର ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି ଯେ ଚିକିତ୍ସିତ ହେଉଥିବା ଦୁଇ ରୋଗୀ ଶାରୀରିକ ଭାବରେ ଦୁର୍ବଳ ଏବଂ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା।

ତେବେ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ଆକ୍ରାନ୍ତ ରୋଗୀମାନଙ୍କ ଠାରେ ଆଖି ଫୁଲିବା, ଆଖି ଲାଲ ପଡିଯିବା, ଦାନ୍ତ ବିନ୍ଧିବା, ଗୋଟିଏ ପଟ ଆଖି ବିନ୍ଧିବା, ନାକରୁ ରକ୍ତ ସହ ପୁଜ ବାହାରିବା ପରି ଲକ୍ଷଣ ଦେଖାଦେଇଛି। ଏପରି ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତର ଏବଂ ବିଶେଷଜ୍ଞ ମାନଙ୍କ ସମ୍ପର୍କରେ ଆସିବାକୁ ପରାମର୍ଶ ଦିଆଯାଇଛି।