ରିସର୍ଚ୍ଚରୁ ବଡ଼ ଖୁଲାସା: ମଦ୍ୟପାନ ଦ୍ୱାରା ଅନେକ ପ୍ରକାରର କର୍କଟ ରୋଗ ହେଉଛି, ଜାଣନ୍ତୁ ପୁରା ଖବର
ଆପଣମାନେ ସମସ୍ତେ ସବୁ ବିଷୟରେ ଅନେକ ଖବର ଆସୁଥିବାର ଜାଣିଥିବା ବେଳେ ଏବେ ସ୍ୱାସ୍ଥ୍ୟକୁ ନେଇ ଆସିଛି କିଛି ଖବର । ଏବେ ଏହି ଖବର ଆପଣଙ୍କୁ ଅନେକ କିଛି କଥା ଜଣାଇବ । ଆଜିକାଲି ଦୁନିଆରେ ଅନେକ ଲୋକ ମଦ୍ୟପାନ କରିଥାନ୍ତି । କିଛି ଲୋକଙ୍କ ମନରେ ଧାରଣା ଥାଏ କି ମଦ୍ୟପାନ କରିବା ଦ୍ୱାରା କ୍ୟାନସର ବା କର୍କଟ ରୋଗ ହେବ ନାହିଁ । ଏବେ ଏହି ବିଷୟରେ ଆପଣମାନେ ଅନେକ କିଛି ଜାଣିପାରିବେ । ଏବେ ଅନେକ ପ୍ରକାରର ମଦ ଲୋକମାନେ ପିଇଥାନ୍ତି ।
ଆପଣମାନେ ୱାଇନ, ବିୟର କିମ୍ବା ଆଲକହଲ ହେଉ ଯଦି ଆପଣ ଏହାକୁ ଅତ୍ୟାଧିକ ପାନ କରନ୍ତି ତାହେଲେ ଏହା କର୍କଟ ରୋଗର କାରଣ ଅଟେ । ମଦ୍ୟପାନ କରିଲେ କ୍ୟାନସର ଭଳି ରୋଗ ହେବା ବହୁଗୁଣିତ ହୋଇ ଯାଇଥାଏ । ମଦ୍ୟପାନ କରୁଥିବା ଲୋକଙ୍କ ମନରେ ଅନେକ ଭୁଲ ଧାରଣା ରହିଥାଏ କି ମଦ୍ୟପାନ କରିଲେ କ୍ୟାନସର ଭଳି ରୋଗ ହୋଇନଥାଏ ଆଉ ଏହି ଧାରଣା ପୁରା ଭୁଲ ହୋଇଥାଏ । ମଦ୍ୟପାନ କରିବା ଦ୍ୱାରା ପେଟରୁ ଫୁସଫୁସ ପର୍ଯ୍ୟନ୍ତ କର୍କଟ ରୋଗ ଭଳି ଭୟାନକ ରୋଗ ହେବାର ସମ୍ଭାବନା ରହିଥାଏ ।
ଆମେରିକାର ଜାତୀୟ କର୍କଟ ପ୍ରତିଷ୍ଠାନ ମଦ୍ୟପାନ ହେତୁ କର୍କଟ ରୋଗ ହୋଇଥାଏ ବୋଲି ଏକ ସର୍ଭେ କରିଥିଲେ । ଏହି ସର୍ଭେରୁ ଜଣାପଡିଛି ଯେ ସାଧାରଣ ଲୋକଙ୍କ ଠାରୁ ଯେଉଁମାନେ ମଦ୍ୟପାନ କରିଥାନ୍ତି ତାଙ୍କ ଠାରେ କ୍ୟାନସର ରୋଗ ଦେଖା ଦେଇଥାଏ । ମଦ୍ୟପାନ କରିବା ଦ୍ୱାରା ହଜମ ପ୍ରକ୍ରିୟା ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ । ଏହି କାରଣରୁ ଅନେକ କିଛି ଶରୀରରେ ପରିବର୍ତ୍ତନ ହୋଇଥାଏ । ମସ୍ତିସ୍କ ଠାରୁ ଆରମ୍ଭ କରି ସ୍ନାୟୁ ପ୍ରଣାଳୀ ଏହି କାରଣରୁ ପ୍ରଭାବିତ ହୋଇଥାଏ ।
ୱାଇନ୍, ବିୟର ଏବଂ ଆଲକହଲ ଏହି କର୍କଟ ରୋଗର କାରଣ ହୋଇଥାଏ ବୋଲି ଜଣାପଡିଛି । ପ୍ରତିଦିନ ମଦ୍ୟପାନ କରିଲେ ଏହି କର୍କଟ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ । ମଦ୍ୟପାନ ଏବଂ ତାସହ ଧୁମ୍ରପାନ କରିବା ଦ୍ୱାରା ପାଟି ଏବଂ ଗଳାରେ କ୍ୟାନସର ହୋଇଥାଏ ।
ମଦ୍ୟପାନ କରିଲେ ଏହା ଶରୀରର ପୋଷକତ୍ୱ ଗ୍ରହଣ କରିବାର ଶକ୍ତିକୁ ନଷ୍ଟ କରି ଦେଇଥାଏ । ମଦ୍ୟପାନ ଓଜନ ବୃଦ୍ଧିର ସହାୟକ ହୋଇଥାଏ । ମଦ୍ୟପାନ ଯୋଗୁଁ କର୍କଟ ରୋଗ ହେବାର ଶତ ପ୍ରତିଶତ ଆଶଙ୍କା ରହିଛି । ସେଥିପାଇଁ ଆପଣମାନେ ମଦ୍ୟପାନ ଯେତେ କମ୍ କରିବେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ଅଟେ ।