ଏହି କମ୍ପାନୀର ସାମଗ୍ରୀ ଖାଉଥିଲେ ସାବଧାନ, ଭାରତରେ ଶସ୍ତା ରେଟ୍ ରେ ଦେବା ପାଇଁ ନିମ୍ନମାନର ବିକୁଛନ୍ତି କମ୍ପାନୀ, ଜାଣନ୍ତୁ ପୁରା ଖବର

 
Nestle product

ଯଦି ଆପଣ ପେପସି, ନେସ୍ଲେ ପରି କମ୍ପାନୀର ଖାଦ୍ୟ ପଦାର୍ଥ ବ୍ୟବହାର କରନ୍ତି। ତେବେ ସେମାନେ ଆପଣଙ୍କ ପାଇଁ ବହୁତ କ୍ଷତି ଘଟାଇ ପାରନ୍ତି। ଏକ ବିଶ୍ୱସ୍ତରୀୟ ଫାଉଣ୍ଡେସନ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ପେପସି, ନେସ୍କେ କମ୍ପାନୀ ଗୁଡିକ ଭାରତ ସମେତ ସାରା ବିଶ୍ୱରେ ଅନେକ ପ୍ରକାରର ଉତ୍ପାଦ ବିକ୍ରି କରନ୍ତି। ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ଗୁଡିକ ଭାରତ ସମେତ ଅନ୍ୟାନ୍ୟ ଦେଶରେ ଖରାପ ଗୁଣବତ୍ତାର ପ୍ରଡକ୍ଟ ବିକ୍ରି କରୁଛନ୍ତି। 

Nestle

ଏହା ସ୍ପଷ୍ଟ ଯେ ଏହି କମ୍ପାନୀ ଗୁଡିକ ଅଧିକ ଲାଭର ଲୋଭରେ ଆମ ଦେଶର ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି। ତେବେ ନସ୍ଲେ ଓ ପେପ୍ସି ଭଳି କମ୍ପାନୀର ସାମଗ୍ରୀ ବ୍ୟବହାର କରୁଥିଲେ ସାବଧାନ ହେଇଯାଆନ୍ତୁ। ଭାରତ ଭଳି ଲୋକଙ୍କ କମ୍ ଆୟ ଥିବା ଦେଶରେ ନିମ୍ନ ମାନର ସାମଗ୍ରୀ ବିକ୍ରୀ କରୁଛି ନସ୍ଲେ ଓ ପେପ୍ସି। ଭାରତ ସମେତ ଏଭଳି ୩୦ଟି ଦେଶରେ ନିମ୍ନମାନର ସାମଗ୍ରୀ ବିକ୍ରୀ ହେଉଛି। 

ଯାହାକି ସ୍ବାସ୍ଥ୍ୟ ରିପୋର୍ଟରେ ପ୍ରକାଶ ପାଇଛି। "ଏକ୍ସସେ ୨ ନ୍ୟୁଟ୍ରେସନ ଇନିସୀଏଟିଭ ଏଇଟି ଏନଆଇ" ଏହି ରିପୋର୍ଟ ଦେଇଛି। ଆଉ ଏଭଳି ସାମଗ୍ରୀ ବ୍ୟବହାର ଦ୍ୱାରା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ ବୋଲି ଚିନ୍ତା ପ୍ରକଟ କରାଯାଇଛି। "ଏଇଟି ଏନଆଇ"ର ରିପୋର୍ଟରେ ନସ୍ଲେ, ପେପ୍ସି ଓ ୟୁନିଲିଭର ଭଳି କମ୍ପାନୀ ସାମିଲ ଅଛି। 

ତେବେ ଏହିସବୁ କମ୍ପାନୀ କମ ଆୟ ଥିବା ରାଷ୍ଟ୍ରରେ ବହୁ ମାତ୍ରାରେ ସାମଗ୍ରୀ ବିକ୍ରି କରି ଆସୁଛନ୍ତି। ଯାହାର ହେଲଥ ରେଟିଂ କମ ରହିଛି। ଏବଂ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ଭଳି ବିକଶିତ ଦେଶରେ ଭଲ ରେଟିଂ ରହିଛି। କମ ଆୟ ଦେଶରେ ରେଟିଂ ୫ ରୁ ୧.୮ ରହିଥିବା ବେଳେ ଉଚ୍ଚ ଆୟ ଦେଶରେ ଖାଦ୍ୟର ମାନ ୫ ରୁ ୨.୩ ରହିଛି। ରିପୋର୍ଟ ୫ ରୁ ଅଧିକ ସ୍କ୍ରୋ ପ୍ରଡୋକ୍ଟକୁ ଭଲ ସାମଗ୍ରୀ ବୋଲି କୁହାଯାଉଛି।