ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ 'ଗୁପଚୁପ୍'! ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା….

 
Gupchup

'ଗୁପଚୁପ' ଏହି ନାଁଟି ଶୁଣିବା ପରେ ସାଧାରଣତଃ ସମସ୍ତଙ୍କ ପାଟିରେ ଲାଳ ଆସିବାକୁ ଲାଗିଥାଏ। ତାର ଖଟାମିଠା ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। ତେବେ, ବାହାରେ ଗୁପଚୁପ ଖାଇବା ଦ୍ୱାରା ଦେହ ଖରାପ ହେବାର ସମ୍ଭାବନା ରହିଥାଏ ବୋଲି ସମସ୍ତେ କୁହନ୍ତି। କିନ୍ତୁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାଇ ସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଗୁପଚୁପ ଶରୀର ପ୍ରତି ହିତକର ହୋଇଥାଏ।

Gupchup

 ଗୁପଚୁପ ଅଟା, ସୁଜି, ଆଳୁ, ସିଝା ମଟର, କଞ୍ଚାଲଙ୍କା, ଆମଚୁର ପାଉଡର ଇତ୍ୟାଦିରେ ପ୍ରସ୍ତୁତ ହୋଇଥାଏ। ତେଣୁ, ଏଥିରେ ପର୍ଯ୍ୟାପ୍ତ ପରିମାଣର କାର୍ବୋହାଇଡ୍ରେଟ୍ ଏବଂ ଫାଇବର୍ ରହିଥାଏ। ଏହା ବ୍ୟତୀତ ଏଥିରେ ବ୍ୟବହୃତ ହେଉଥିବା ଖଟାପାଣିରେ ଅଦା, ପୁଦିନା, ଧନିଆ ପତ୍ର ସହିତ ଖଟା ଦ୍ରବ୍ୟ ମିଶା ଯାଇଥାଏ, ଯାହାକି ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ।

Gupchup

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ କମ ମାତ୍ରାରେ କ୍ୟାଲୋରୀ ରହୁଥିବାରୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ବ୍ୟବହାର କରାଯାଉଥିବା ଜଲଜିରା ଏସିଡ଼ିଟି ଭଳି ସମସ୍ୟା ଦୂର କରିବାରେ ସକ୍ଷମ ହୋଇଥାଏ। କେବଳ ସେତିକି ନୁହେଁ କମ୍ କାର୍ବ ଯୁକ୍ତ ଜିନିଷ ହୋଇଥିବାରୁ ଏହା ବ୍ଲଡ୍ ସୁଗାର୍ ମ୍ୟାନେଜ୍ କରିବାରେ ସାହାଯ୍ୟ କରିଥାଏ।