ଚିକେନ୍ ଖାଉଥିବା ଲୋକ ହୋଇଯାନ୍ତୁ ସାବଧାନ, ନଚେତ୍ ଆପଣଙ୍କ ସହ ବି ହୋଇପାରେ ଏପରି କିଛି

 
Chicken

ବର୍ତ୍ତମାନ ସମୟରେ ମାର୍କେଟ ରେ ହେଉ କି ଘରେ ଚିକେନ୍ ର ଡିମାଣ୍ଡ ବହୁ ଅଧିକ ରହିଛି । ସମୟ ସହିତ ଡିମାଣ୍ଡ ବଢିବାରେ ମଧ୍ୟ ଲାଗିଛି । ଏକ ପ୍ରକାରର ଲୋକ ରହିଛନ୍ତି ଯେଉଁମାନେ ଚିକେନ ଆଡ଼ିକ୍ଟେଡ ରହିଛନ୍ତି । ତେବେ କଣ ଆପଣ ଜାଣନ୍ତି ଏହି ଚିକେନ ଦିନେ ଆପଣଙ୍କ ଜୀବନ ନେବାର କାରଣ ପାଲଟିପାରେ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆଜ୍ଞା ହଁ , କଥାଟା ଟିକେ ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ । ହେଲେ ଆମେ ଏହା କିଛି ମନକୁ କହୁ ନାହୁଁ । ରିପୋର୍ଟ ଓ WHO ର ରିପୋର୍ଟ ଅନୁସାରେ କହୁଛୁ । ଆପଣ ତ ଜାଣିଥିବେ ଚିକେନ ସାଧାରଣତଃ ଦୁଇ ପ୍ରକାରର ମିଳିଥାଏ । ଗୋଟିଏ ଦେଶୀ ଚିକେନ୍ ଓ ଆଉ ଗୋଟିଏ ବ୍ରୟେଲର୍ ଚିକେନ । ତେବେ ସାଧାରଣତଃ ବ୍ରୟେଲର୍ ଦେଶୀ ଚିକେନ ଠାରୁ ବହୁ କମ୍ ଦାମ୍ ରେ ମିଳିଥାଏ । ଏବଂ ସବୁଠାରେ ସହଜରେ ମିଳିଥାଏ । ତେଣୁ କରି ମାର୍କେଟ ରେ ବର୍ତ୍ତମାନ ବ୍ରୟେଲର୍ ର ଡିମାଣ୍ଡ ଓ ବିକ୍ରି ଅଧିକ ରହିଛି ।

R

ହେଲେ କଣ ଆପଣ ଜାଣନ୍ତି ଏହି ବ୍ରୟେଲର୍ କୁକୁଡ଼ା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ । ଏହା ଆପଣଙ୍କ ଶରୀରକୁ କେତେ ଖରାପ୍ ଭାବେ ପ୍ରଭାବିତ କରିଥାଏ । ଆଜ୍ଞା ହଁ , ମାର୍କେଟ ରେ ବଢୁଥିବା ଡିମାଣ୍ଡ କୁ ଦୃଷ୍ଟିରେ ରଖି ଦୋକାନୀ ମାନେ ନିଜ ଦୋକାନ ରେ ଅଧିକ ସେଲ୍ ପାଇଁ କୁକୁଡ଼ାଙ୍କ ଠାରେ ଅନେକ ପ୍ରକାର କେମିକାଲ୍ ଇଞ୍ଜେକ୍ସନ ଦେଉଛନ୍ତି । 

ଯେପରିକି କୁକୁଡ଼ା ଜଲଦି ବଢିବା ପାଇଁ , କୁକୁଡ଼ାକୁ ରୋଗ ନ ହେବା ପାଇଁ , ଅଧିକ ଓଜନ ବଢିବା ପାଇଁ ଦୋକାନୀ ମାନେ ବିଭିନ୍ନ ପ୍ରକାରର ହର୍ମୋନ ର ବ୍ୟବହାର କରୁଛନ୍ତି । WHO ର ରିପୋର୍ଟ ଅନୁସାରେ ଏହି ହର୍ମୋନ ଗୁଡ଼ିକ ମଣିଷ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ତେବେ ଆମେ ଆପଣଙ୍କୁ କହି ରଖୁଛୁ ଭାରତ ଏହି ପ୍ରକାରର ସବୁ ହର୍ମୋନ୍ ବ୍ୟବହାରରେ ପ୍ରଥମ ସ୍ଥାନରେ ରହିଛି ।