ବଜାରରେ ମିଳୁଥିବା ଗୁପଚୁପରେ ମିଶୁଛି ରାସାୟନିକ ଗୁଣ୍ଡ, ହୋଇପାରେ କ୍ୟାନସର, ଜାଣନ୍ତୁ ପୁରା ଖବର

 
Gupchup

କଣ ଆପଣ ବି ଗୁପଚୁପ ଖାଇବାକୁ ଭଲ ପାଆନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ କାରଣ ଏଣିକି ଗୁପଚୁପ ଖାଇଲେ ହେଉଛି କ୍ୟାନ୍ସର ! ଆଜ୍ଞା ହଁ, କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏହା ସତ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

କର୍ଣ୍ଣାଟକର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ତଥା ଏଫଏସଏଆଇରୁ ମିଳିଥିବା ସୂଚନା ଅନୁସାରେ , ପ୍ରାୟତଃ ୨୬୦ଟି ଗୁପଚୁପ ପରୀକ୍ଷା ପାଇଁ ଯାଇଥିଲା । ଯେଉଁଥିରୁ ଜଣା ପଡ଼ିଛି କି ପ୍ରାୟତଃ ୪୪ଟି ଗୁପଚୁପରେ ରାସାୟନିକ ରଙ୍ଗ ମିଶୁଥିବା ବେଳେ ୧୮ଟି ଖାଦ୍ୟ ଉପଯୋଗୀ ନୁହେଁ । ଏବଂ ଏହି ଗୁପଚୁପ ଗୁଡିକରେ କ୍ୟାନ୍ସର ସୃଷ୍ଟି କରୁଥିବା ପଦାର୍ଥ ମଧ୍ୟ ମିଶି ରହିଛି ବୋଲି ଏଫଏସଏଆଇ ସୂଚନା ଦେଇଛି ।

A

ତେବେ କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା କମିଶନର ଶ୍ରୀନିବାସ କେଙ୍କ କହିବା ଅନୁସାରେ, କର୍ଣ୍ଣାଟକରେ ଗୁପଚୁପକୁ ନେଇ ଅନେକ ଅଭିଯୋଗ ଆସିଥିଲା । ପରେ ପୋଲିସ ବିଭାଗ ବିଭିନ୍ନ ସ୍ଥାନରୁ ଗୁପଚୁପ ସଂଗ୍ରହ କରି ଲ୍ୟାବକୁ ପରୀକ୍ଷଣ ପାଇଁ ପଠାଇଥିଲା ।

ଯେଉଁଠାରେ ଜଣା ପଡିଥିଲା କି, ଏହି ଗୁପଚୁପରେ ବିଭିନ୍ନ କୃତ୍ରିମ ରଙ୍ଗ ମିଶା ଯାଉଛି ଯାହା ପେଟ ସମସ୍ୟା ଠାରୁ ଆରମ୍ଭ କରି ହୃଦରୋଗ ପରି ରୋଗର କାରଣ ପାଲଟିପାରେ । ଏହା ସହିତ ଏଥିରେ କ୍ୟାନ୍ସର ସୃଷ୍ଟି କରୁଥିବା ପଦାର୍ଥ ମଧ୍ୟ ମିଶା ଯାଉଛି ବୋଲି ଜଣା ପଡିଥିଲା ।

ତେଣୁ ଏଫଏସଆଇର ଗୁପଚୁପକୁ ନେଇ ଏଭଳି ରିପୋର୍ଟ ଦେବା ପରେ ବର୍ତ୍ତମାନ କର୍ଣ୍ଣାଟକ ସରକାର ଗୁପଚୁପ , ମଞ୍ଚୁରିଆନ ଏବଂ କଟନ କ୍ୟାଣ୍ଡି ଭଳି ଖାଦ୍ୟ ପଦାର୍ଥରେ କୃତ୍ରିମ ରଙ୍ଗ ନ ମିଶାଇବା ପାଇଁ କହିଛି ।