କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ଓ ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ ଏହି ଖାଦ୍ୟ ସବୁ ନିଶ୍ଚିତ ଖାଆନ୍ତୁ

 
କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ଓ ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ ଏହି ଖାଦ୍ୟ ସବୁ ନିଶ୍ଚିତ ଖାଆନ୍ତୁ

ବର୍ତ୍ତମାନ କିଛି ମାସର ଅନ୍ତରାଳ ପରେ ପୁଣି ଫେରିଛି କରୋନା ମହାମାରୀ। ନୂତନ ଷ୍ଟ୍ରେନ ସହିତ ଫେରିଥିବା କରୋନା ଭୂତାଣୁ ବହୁତ ଶୀଘ୍ର ବ୍ୟାପିବା ସହିତ ଏହା ସିଧା ମଣିଷର ଫୁସଫୁସ ଏବଂ ଶ୍ୱାସ ପ୍ରକ୍ରିୟା ଉପରେ ପ୍ରଭାବ ପକାଉଛି। ଯାହା ଫଳରେ ରୋଗୀଙ୍କ ଦେହରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଉଛି। 

ତେବେ ଏହି ସମୟରେ ନିଜକୁ ସୁସ୍ଥ ଏବଂ ନିରୋଗ ରଖିବା ପାଇଁ ଆପଣ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ନିହାତି ଜରୁରୀ ଅଟେ। ତେବେ ଆସନ୍ତୁ ଜାଣିବା ଏପରି କିଛି ଜିନିଷ ବିଷୟରେ ଯାହାକୁ ଖାଇଲେ ଆପଣଙ୍କ ଦେହରେ ଅମ୍ଳଜାନ ସ୍ତର ବଢିବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ି ପାରିବ:-

୧. ପ୍ରତିଦିନ ଖାଦ୍ୟରେ ଆଳୁ, ତେଲ, କାଜୁ ଏବଂ ଛତୁ ଆଦିକୁ ବ୍ୟବହାର କରନ୍ତୁ ଏହା ଦ୍ୱାରା ଆପଣଙ୍କୁ ପ୍ରଚୁର ମାତ୍ରାରେ କପର୍ ମିଳିଥାଏ।

୨.ଏହା ବ୍ୟତୀତ ପ୍ରତିଦିନ ଖାଦ୍ୟରେ ଚିକେନ୍, ମାଂସ, ବିନ୍ସ, ସବୁଜ ପତ୍ରଯୁକ୍ତ ପନିପରିବା ଓ ଡାଲି ଖାଇବା ଦରକାର ଏହା ଦ୍ୱାରା ଦେହରେ ଆଇରନ୍ ର ଅଭାବ ଦେଖା ଯାଇନଥାଏ।

୩.ସେହିପରି ପର୍ଯ୍ୟାପ୍ତ ପରିମାଣର ରାଇବୋଫ୍ଲାଭିନ ଥିବା ଖଦ୍ୟ ଯେପରି କି ଓଟସ୍, କଦଳୀ, ଅଣ୍ଡା, ବାଦାମ, ପନିର, ରୁଟି ଓ କ୍ଷୀର ଇତ୍ୟାଦି କୁ ମଧ୍ୟ ପ୍ରତିଦିନ ଖାଦ୍ୟ ରେ ବ୍ୟବହାର କରନ୍ତୁ।

୪.ସେହିପରି ଭିଟାମିନ ବି୩,ବି୬,ବି୧୨ ଏବଂ ବି୯ ଥିବା ଖାଦ୍ୟ ଯେପରି ଚୁନା ମାଛ, ମାଂସ,ଛତୁ ଆଦିକୁ ନିଜ ପ୍ରତିଦିନ ଖାଦ୍ୟରେ ଖାଇବାକୁ ଭୁଲନ୍ତୁ ନାହିଁ।

ଏହି ସବୁ ଜିନିଷ ଆମ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଦେହରେ ହେମୋଗ୍ଲୋବିନର ମାତ୍ରା ବଢ଼ିଥାଏ ଯାହା ଫଳରେ ଦେହରେ ଅମ୍ଳଜାନ ର ମାତ୍ରା ସଠିକ୍ ରହି ପାରିଥାଏ।