ସକାଳୁ ଉଠିବା ପରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ, ହୋଇ ଯାଆନ୍ତୁ ସାବଧାନ, ନହେଲେ ହୋଇଯିବେ ଅସୁସ୍ଥ ଏବଂ...

 
Morning habits

କୁହାଯାଏ ଦିନର ଆରମ୍ଭ ଭଲ ହେଲେ ପୁରା ଦିନଟି ଭଲରେ କଟିଥାଏ। କିନ୍ତୁ ସକାଳୁ ଡେରି କରି ଉଠିବା ଦ୍ୱାରା ଦିନ ସାରା ଥକା ଏବଂ ମାନ୍ଦା ଲାଗିଥାଏ ଯାହାକୁ ଅନେକ ଲୋକେ ଅନୁଭବ କରିଥାନ୍ତି। ତେବେ ଆଜି ଆସନ୍ତୁ ଜାଣିବା ଏହିପରି କିଛି ଅଭ୍ୟାସ ଗୁଡିକ ବିଷୟରେ ଯାହାକୁ ସକାଳୁ କରିବା ଦ୍ୱାରା ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇବା ସହ ଆମକୁ ରୁଗ୍ଣ କରାଇ ଦେଇଥାଏ:-

୧. ସକାଳୁ ଉଠିବା ପରେ ଘଣ୍ଟା ଘଣ୍ଟା ଧରି ଶଯ୍ୟାରେ ଶୋଇ ରହିବା:- ସକାଳେ ଉଠିବା ପରେ ଯଥାଶୀଘ୍ର ବିଛଣା ଛାଡିବା ଉଚିତ୍, କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଖି ବନ୍ଦ କରି ଶଯ୍ୟା ଉପରେ ପଡିରହିଥାନ୍ତି। ଏହା କରିବା ଦ୍ୱାରା ଦିନସାରା ଅଳସୁଆ ଏବଂ କ୍ଳାନ୍ତ ଅନୁଭବ ହୋଇଥାଏ। ଏପରି ପରିସ୍ଥିତିରେ, ସକାଳୁ ଉଠି ୧ ଘଣ୍ଟା ବ୍ୟାୟାମ କିମ୍ବା ଯୋଗ ଇତ୍ୟାଦି କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

୨. ବିଳମ୍ବରେ ଜଳଖିଆ ଖାଇବା:- ଜଳଖିଆ ଖାଇବାରେ ଆଦୌ ବିଳମ୍ବ କରିବା ଉଚିତ ନୁହେଁ। ଏକ ପୃଷ୍ଟିକର ଜଳଖିଆ ବ୍ୟକ୍ତିଙ୍କୁ ଦିନସାରା ଶକ୍ତି ଯୋଗାଇ ଦେଇଥାଏ। ଠିକ ଭାବରେ ଜଳଖିଆ ନ ଖାଇବା ଦ୍ୱାରା ମଣିଷର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ ଫଳରେ ମଣିଷକୁ ଅନେକ ରୋଗର ଶିକାର ହେବାକୁ ପଡିଥାଏ। 

୩. ସକାଳୁ ଚା କିମ୍ବା କଫି ପିଇବାର ଅଭ୍ୟାସ କରିବା:- ସକାଳେ ଚା କିମ୍ବା କଫି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଉଭୟ ଆୟୁର୍ବେଦ ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନ ଏହାକୁ ଠିକ୍ ଅଭ୍ୟାସ ଭାବରେ ବିବେଚନା କରନ୍ତି ନାହିଁ। ଏହା ପେଟରେ ଗ୍ୟାସ୍ ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିଥାଏ।

୪. ସକାଳୁ ବ୍ୟାୟାମ ନ କରିବା:- ସକାଳେ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଏହା ଆମ ଶରୀରକୁ ଦିନସାରା ସକ୍ରିୟ ରଖିଥାଏ। ଏଥିସହିତ ମାଂସପେଶୀ, ହାଡ ଏବଂ ଶରୀରର ଅନେକ ଅଙ୍ଗକୁ ମଧ୍ୟ ଶକ୍ତିଶାଳୀ କରିଥାଏ। ଏଥିସହିତ ଏହା ମଣିଷର ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ।

୫. ସକାଳୁ ଏକ ଅସ୍ୱାସ୍ଥ୍ୟକର ଜଳଖିଆ ଖାଇବା:- ସୁସ୍ଥ ଶରୀର ପାଇଁ ସୁସ୍ଥ ଜଳଖିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜଳଖିଆରେ ଓଟମିଲ, ଫଳ, ଫଳ ରସ,ରୁଟି, ସବୁଜ ପନିପରିବା ଇତ୍ୟାଦି ଖାଇବା ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ, ସକାଳ ଜଳଖିଆରେ ତେଲଭଜା ଏବଂ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ଜିନିଷ ଖାଇବା ଦ୍ୱାରା ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।