ମଦ ପିଉଥିବା ଲୋକେ କରୋନା ଟିକା ନେଲେ ହବ ଏମିତି ଭୟଙ୍କର ଅବସ୍ଥା, ଜାଣନ୍ତୁ ଡାକ୍ତରମାନେ କଣ କହିଲେ

 
ମଦ ପିଉଥିବା ଲୋକେ କରୋନା ଟିକା ନେଲେ ହବ ଏମିତି ଭୟଙ୍କର ଅବସ୍ଥା, ଜାଣନ୍ତୁ ଡାକ୍ତରମାନେ କଣ କହିଲେ

କରୋନା ସାରା ବିଶ୍ୱକୁ ପ୍ରାୟ ଏକ ବର୍ଷ ଧରି କବଳିତ ରଖିବା ପରେ, ଏବେ ଏହାର ଟିକା ବାହାରିବା ପରେ ମଣିଷ ସମାଜ ସାମାନ୍ୟ ଅଶ୍ୱତି ଲାଭ କରିଛି। ଭାରତରେ ଏହି ଟିକାକାରଣ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଟିକକରଣରେ ଏହା କେବଳ ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧା ମାନଙ୍କୁ ଦିଆଯିବ।

ତେବେ ଆପଣ ଯଦି ଏହି ଟିକା ଗ୍ରହଣ କରୁଛନ୍ତି ଏବଂ ଏଥି ସହିତ ଆପଣଙ୍କର ମଦ ପିଇବାର ଅଭ୍ୟାସ ରହିଛି, ତେବେ ଆପଣ ସତର୍କ ରୁହନ୍ତୁ। କାରଣ ବିଶେଷଜ୍ଞମାନଙ୍କ ମତରେ ମଦ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। କିନ୍ତୁ କରୋନା ଟିକା ଆପଣଙ୍କ ରୋଗ ପ୍ରତରୋଧକ ଶକ୍ତି ବଢ଼େଇବା ରେ ସହାୟକ ହୁଏ। ତେଣୁ ବିଶେଷଜ୍ଞମାଙ୍କ ମତରେ ଟିକକରଣର ସପ୍ତାହେ ପୂର୍ବରୁ ଓ ଟିକା ର ଦୁଇ ଡୋଜ ନେବାର ଏକ ସପ୍ତାହ ପର୍ଯ୍ୟନ୍ତ ମଦ ନ ପିଇବା ଆପଣଙ୍କ ପାଇଁ ହିତକର ଅଟେ।

ତେବେ ଏନେଇ ବିଭିନ୍ନ ବିଶେଷଜ୍ଞଙ୍କର ବିଭିନ୍ନ ମତ ରହିଅଛି ସ୍ପୁଟନିକ ଟିକା ପ୍ରସ୍ତୁତକାରି ଜଣେ ବିଶେଷଜ୍ଞଙ୍କ ମତରେ ଟିକା ନେବା ର ୨ ସପ୍ତାହ ପୂର୍ବରୁ ଓ ଟିକା ନେବାର ୬ ସପ୍ତାହ ପର୍ଯ୍ୟନ୍ତ ମଦ ପିଇବା ଅନୁଚିତ। ସେହିପରି ଆମେରିକାର କୋଭିଡ଼ ବିଶେଷଜ୍ଞଙ୍କ ମତରେ ଟୀକାକରଣ ପୂର୍ବରୁ ୩ ସପ୍ତାହ ଓ ଟିକକରଣ ହେବାର ୩ ସପ୍ତାହ ପର୍ଯ୍ୟନ୍ତ ଆପଣ ମଦ ଠାରୁ ଦୁରେଇ ରହିବା ଉଚିତ। ସେହିପରି କୌଣସି ବିଶେଷଜ୍ଞ ଟିକକରଣ ସମୟରେ ମଦ ପିଇବାକୁ ଉଚିତ ଦର୍ଶାଇନାହାନ୍ତି। 

ତେଣୁ ଟୀକାକରଣ ସମୟରେ ମଦଠାରୁ ଦୂରେଇ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ଏବଂ କିଛି ଶାରୀରିକ ସମସ୍ୟା ଦେଖାଦେଲେ ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।