ପ୍ଲାଷ୍ଟିକ ପାନିଆଁରେ ମୁଣ୍ଡ କୁଣ୍ଡାଉଛନ୍ତି କି ? ଆଜି ହିଁ ବନ୍ଦ୍ କରିଦିଅନ୍ତୁ, ଜାଣନ୍ତୁ ଏହାର କ୍ଷତି ବିଷୟରେ

 
ପାନିଆ

ଆପଣ କେଶର ଯତ୍ନ ନେବା ପାଇଁ ପ୍ଲାଷ୍ଟିକ ପାନିଆ ବ୍ଯବହାର କରୁଥିଲେ ସତର୍କ ହେଇଯାଆନ୍ତୁ। କାରଣ ପ୍ଲାଷ୍ଟିକ ପାନିଆରେ ମୁଣ୍ଡ କୁଣ୍ଡାଇବା ଦ୍ୱାରା ଅଧିକ ଚୁଟି ଝାଡ଼ିବା ସହିତ ଚୁଟି ନଷ୍ଟ ମଧ୍ୟ ହେଇଯାଇଥାଏ। ଆପଣ ମାନେ ତ ଜାଣିଥିବେ ଆଗକାଳରେ ଲୋକ ମାନେ କାଠ ପାନିଆ ବ୍ୟବହାର କରି ନିଜ କେଶର ଯତ୍ନ ନେଉଥିଲେ। କିନ୍ତୁ ବର୍ତ୍ତମାନର ଯୁଗରେ ବିଭିନ୍ନ ପ୍ରକାରର ଡିଜାଇନ ପାନିଆ ତ ଆସୁଛି କିନ୍ତୁ ସେଗୁଡା କାଠ ନୁହେଁ ପ୍ଲାଷ୍ଟିକ ପାନିଆ। 

କିନ୍ତୁ କାଠ ପାନିଆ ହେଉଛି କେଶ ପାଇଁ ଭଲ। କାରଣ କାଠ ପାନିଆ ହେଉଛି ବାୟଡିକରେ ଡେବୁଲ୍ ଯାହାର ଅର୍ଥ ଏହା ପରିବେଶ ପାଇଁ ମଧ୍ୟ ଲାଭଦାୟକ। ଯଦି ଆପଣ ନିଜର କେଶକୁ କାଠର ପାନିଆରେ କୁଣ୍ଡାଉଛନ୍ତି ତେବେ ଆପଣଙ୍କର କେଶ ଝାଡ଼ିବା ଅନେକାଂଶରେ ବନ୍ଦ ହେଇଯିବ। କାରଣ ଆଜିକା ସମୟରେ ଅନେକ ଯୁବପିଢୀ କେଶ ଝଡ଼ିବା ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ବିଭିନ୍ନ ପ୍ରକାରର କସମେଟିକ୍ ପ୍ରୋଡକ୍ଟ ମଧ୍ୟ ବ୍ୟବହାର କରୁଛନ୍ତି। 

Comb

କିନ୍ତୁ ଏମିତି ସମୟରେ ଆପଣ ପ୍ରଥମେ ପ୍ଲାଷ୍ଟିକ ପାନିଆର ବ୍ୟବହାର ହିଁ ବନ୍ଦ କରିବା ଉଚିତ୍। କାଠ ପାନିଆ ବ୍ଯବହାର କରିବା ଦ୍ଵାରା କେଶର ରୋକ୍ଷତାକୁ ମଧ୍ୟ କମ କରାଯାଇପାରିବ। ଯଦି ଆପଣ କଠା ପାନିଆ ବ୍ୟବହାର ତ୍ବଚାରେ ରକ୍ତ ସଂଚାଳନରେ ବି ଉନ୍ନତି ଆସିବ। ଏହି କାରଣରୁ କାଠର ପାନିଆ କେଶ ବୃଦ୍ଧି ପାଇଁ ଲାଭ ଦାୟକ ପ୍ରମାଣିତ ହେଇପାରେ। ଏଥିସହିତ ଆପଣଙ୍କର କେଶକୁ କାଠର ପାନିଆ ସହିତ ମିଶାଇଲେ କେଶରେ ନରମ ଆଉ ଚମକ୍ ଆସିଥାଏ। 

ଯଦି ଆପଣ ନିୟମିତ ଭାବେ ଗୋଟିଏ କାଠ ପାନିଆରେ ବ୍ଯବହାର କରୁଛନ୍ତି, ତେବେ ଆପଣ ମାତ୍ର ଏକ ମାସ ଭିତରେ ସଂକ୍ରାନ୍ତକୁ ପ୍ରଭାବ ଦେଖିପାରିବେ। ତଥାପି ଆପଣ ଗୋଟିଏ କାଠ ପାନିଆ ବ୍ୟବହାର କରିବା ବେଳେ କିଛି ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍। କାଠ ପାନିଆ ସବୁବେଳେ ହାଲୁକା ହାତରେ ବ୍ୟବହାର କରାଯିବା ଉଚିତ୍। ଅର୍ଥାତ୍ କାଠ ପାନିଆ ବ୍ୟବହାର କରିବା ବେଳେ ଅଧିକ ଚାପ ପ୍ରୟୋଗରୁ ଦୂରେଇ ରହିବ ଉଚିତ୍। କେଶର ଯତ୍ନ ପାଇଁ ନିୟମିତ ଭାବରେ କାଠ ପାନିଆକୁ ମଧ୍ୟ ସଫା କରିବା ଉଚିତ୍।