ଗାଧୋଇବା ସମୟରେ କରୁଛନ୍ତି କି ଏହି ଭୁଲ ? ଛୋଟିଆ ଭୁଲ ପାଇଁ ଚାଲି ଯାଇପାରେ ଜୀବନ
ଗାଧୋଇବା ସମୟରେ ଏହିସବୁ କଥା ଉପରେ ଧ୍ୟାନ ରଖି ସ୍ନାନ କରନ୍ତୁ । ଯାହା ଦ୍ଵାରା ଘରକୁ ଯେପରି କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । ତେବେ ସ୍ନାନ ବା ଗାଧୋଇବା ସମୟରେ କେଉଁ ସବୁ ଭୁଲ କାମ କରିବା ଉଚିତ ନୁହେଁ ଚାଲନ୍ତୁ ଜାଣିବା ।
1- ତେବେ ବହୁତ ଲୋକ ଗାଧୋଇବା ସମୟରେ ଗାଧୁଆ ଘରେ ନଖ କାଟି ତାପରେ ଗାଧୋଇ ଥାନ୍ତି । ହେଲେ ଗାଧୁଆ ସମୟରେ ନଖ କାଟନ୍ତୁ ନାହିଁ । ଗାଧୋଇବାର କିଛି ସମୟ ପୂର୍ବରୁ ବା କିଛି ସମୟ ପରେ ନଖ କାଟିପାରିବେ । ହେଲେ ଗାଧେଇବାକୁ ଯାଇଥିବା ସମୟରେ ନଖ କାଟନ୍ତୁ ନାହିଁ ।
2- ଗାଧୋଇବା ସମୟରେ ପୁରୁଷ ମାନେ ନିଜର ଦାଢି କିମ୍ବା ଚୁଟି କାଟିବା ଉଚିତ ନୁହେଁ , ବହୁତ ପୁରୁଷ ସଙ୍ଗେ ସଙ୍ଗେ ନିଜର ଦାଢି, ଚୁଟି କାଟି ଗାଧୋଇଥାନ୍ତି । ହେଲେ ଏପରି ଭୁଲ କରିବାରୁ ନିଜକୁ ଦୂରେଇ ରଖନ୍ତୁ । ଏହି କାର୍ଯ୍ୟ ଦ୍ଵାରା ଘରେ ଦରିଦ୍ରତାର ବାସ ହୋଇଥାଏ ।
3- ଅନ୍ୟ କାହାର ବାଲଟି, ଟାୱେଲ କିମ୍ବା ମଗ ନିଜ ଗାଧୁଆ ଘରେ ବ୍ୟବହାର କରନ୍ତୁ ନାହିଁ । ନିଜର ବାଲଟି ଓ ମଗକୁ ଗାଧୁଆ ଘରେ ରଖି ତାହାର ହିଁ ବ୍ୟବହାର କରନ୍ତୁ । ନଚେତ ଆପଣଙ୍କୁ ପାପ ଲାଗିପାରେ ।
4- ସଙ୍ଗେ ସଙ୍ଗେ ଗାଧୋଇକି ଆସି ଅଗ୍ନୀର ସ୍ପର୍ଶ କରନ୍ତୁ ନାହିଁ । ଅଗ୍ନୀ ଓ ପାଣି ଏକ ସାଥିରେ ରହିବା ଦ୍ଵାରା ଆପଣଙ୍କୁ ଥର ପାପ ଲାଗିଥାଏ । ଗାଧୋଇବାର କିଛି ସମୟ ପରେ ଯାଇ ଆପଣ ଅଗ୍ନୀ ପାଖକୁ ଯାଇ ରୋଷେଇ କାର୍ଯ୍ୟ ଆରମ୍ଭ କରନ୍ତୁ ।
5- ଗାଧୋଇବା ଦ୍ଵାରା ଶରୀର ଧୁଳି, ମଇଳାରୁ ସଫା ହୋଇଯାଇଥାଏ । ତେଣୁ ଗାଧୋଇବା ଦ୍ଵାରା ଯେପରି ଶରୀର ସ୍ବଚ୍ଛ ହୋଇଥାଏ । ସେହିପରି ମନକୁ ମଧ୍ୟ ଆପଣ ସ୍ବଚ୍ଛ ରଖନ୍ତୁ । ଅର୍ଥାତ ଗାଧୋଇବା ସମୟରେ କୌଣସି ଖରାପ ଚିନ୍ତାଧାରା ମନ ମଧ୍ୟକୁ ଆଣନ୍ତୁ ନାହିଁ ।