କଣ ଆପଣ ବି ଏହି ଖାଦ୍ୟ ଖାଉଛନ୍ତି କି? ତେବେ ଆଜିଠୁ ଛାଡ଼ନ୍ତୁ କିଡନୀରେ ଷ୍ଟୋନ ସୃଷ୍ଟି କରିବାର ମୁଖ୍ୟ କାରଣ ସାଜୁଛି

 
Stone

କଣ ଆପଣ ଜାଣନ୍ତି କି କିଡନୀରେ ଷ୍ଟୋନ୍ ହେବାର କାରଣ କଣ ? ତେବେ ପ୍ରଫେସରଙ୍କ କହିବା ଅନୁସାରେ କିଡନୀରେ ଷ୍ଟୋନ୍ ହେବାର ମୁଖ୍ୟ କାରଣ ହେଉଛି ଆପଣଙ୍କର ଖାଦ୍ୟ । ଯଦି ଆପଣ ନିଜକୁ ଏହି ସମସ୍ୟା ଠାରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବଦଳାଇବାକୁ ପଡ଼ିବ ନିଜର ଖାଦ୍ୟାଭାସ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଆସନ୍ତୁ ଜାଣିବା ଏପରି କେଉଁ ସବୁ ଖାଦ୍ୟ ରହିଛି ଯାହା ଆପଣଙ୍କ କିଡନୀରେ ଷ୍ଟୋନ ସୃଷ୍ଟି କରିବାରେ ସହାୟକ ହୋଇଥାଏ......

A

* ଟମାଟୋ :

​​​​​ଆପଣ ଦେଖିଥିବେ ରୋଷେଇ ସମୟରେ ସ୍ତ୍ରୀ ଲୋକମାନେ ସେ ଡାଲି ହେଉ କି ତରକାରୀ ସବୁଥିରେ ଟମାଟୋର ପ୍ରୟୋଗ କରିଥାନ୍ତି । କିନ୍ତୁ ଟମାଟୋରୁ ଅକ୍ସାଲେଟ ମିଳିଥାଏ ଯାହା କିଡନିରେ ଷ୍ଟୋନ ସୃଷ୍ଟି କରିଥାଏ । ତେଣୁ ଯେତେ ସମ୍ଭବ ଟମାଟୋର ବ୍ୟବହାର କମାନ୍ତୁ ।

* ମାଂସ :

ସାଧାରଣତଃ ସମସ୍ତେ କୁକୁଡା କିମ୍ୱା ଛେଳି ମାଂସ ଖାଇବାକୁ ବିଶେଷ ଭଲ ପାଇଥାନ୍ତି । କିନ୍ତୁ ଏହି ମାଂସ କିଡନିରେ ଷ୍ଟୋନ ସୃଷ୍ଟି କରିବାରେ ବେଶ୍ ସହାୟକ ହୋଇଥାଏ । ତେଣୁ ମାଂସ ଖାଇବାର ପରିମାଣ କମାଇବା ସହିତ କେବଳ ମଧ୍ୟାହ୍ନ ଭୋଜନରେ ହିଁ ଏହାକୁ ଗ୍ରହଣ କରନ୍ତୁ ।

* ସୋଡ଼ିୟମ ଯୁକ୍ତ ଖାଦ୍ୟ :

ଏପରି ଖାଦ୍ୟ କିଡନିରେ ଷ୍ଟୋନ ସୃଷ୍ଟି କରିବାର ଏକ ମୁଖ୍ୟ କାରଣ । ତେବୁ ଯଥା ସମ୍ଭବ ଏପରି ଖାଦ୍ୟ ନ ଖାଇବା ପାଇଁ ଚେଷ୍ଟା କରନ୍ତୁ ।