କ୍ୟାନସର ର କାରଣ ସାଜୁଛି ଏହି ବାସନରେ ଖାଇବା, ବ୍ୟବହାର ନକରିବାକୁ ଡାକ୍ତର ଦେଲେ ପରାମର୍ଶ
କଣ ଆପଣ ଜାଣନ୍ତି କି ଆପଣ ବ୍ୟବହାର କରୁଥିବା ବାସନରୁ ଆପଣଙ୍କୁ ହୋଇପାରେ କ୍ୟାନ୍ସର । ଆଜ୍ଞା ହଁ , ଏ କଥା ସତ ଯେ ଏ ପର୍ଯ୍ୟନ୍ତ କ୍ୟାନ୍ସରର ନିରାକରଣ ପାଇଁ କୌଣସି ସଠିକ୍ ଔଷଧ ବାହାରି ନାହିଁ । ହେଲେ ଆପଣ ନିଜେ ଚାହିଁଲେ ଏ ମାରାତ୍ମକ ରୋଗ ଠାରୁ ନିଜକୁ ବଞ୍ଚାଇ ପାରିବେ ।
Follow our WhatsApp channel and get all the Latest news
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

ବର୍ତ୍ତମାନ ପ୍ରସ୍ତୁତ ହେଉଥିବା ବାସନ ଗୁଡିକରେ କାର୍ସିନୋ ଜେନିକ୍ ନାମକ ଏକ ବିଷାକ୍ତ ପଦାର୍ଥ ବ୍ୟବହାର କରାଯାଉଛି । ଡାକ୍ତରଙ୍କ କହିବା ଅନୁସାରେ ଏହା ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମି ଠାରୁ ବି ବେଶୀ କ୍ଷତିକାରକ ଅଟେ । ଏହା ନିଆଁରେ ପଡିଗଲେ ଏଥିରୁ ବିଷାକ୍ତ ଗ୍ୟାସ ବାହାରିଥାଏ ।
କେବଳ ସେତିକି ନୁହେଁ ବଜାରରୁ ମିଳୁଥିବା ସଫେଇ ସାମଗ୍ରୀ ଡିଟରଜେଣ୍ଟ , ଗ୍ରୀସ ଆଦି ପଦାର୍ଥ ମଧ୍ଯ କ୍ୟାନ୍ସର ହେବାର କାରଣ ଅଟେ । ସେହିଭଳି ପରଫ୍ୟୁମ୍ , ଧୂପ , ପେଟ୍ରୋଲ ଆଦି ମଧ୍ଯ କ୍ୟାନ୍ସର ହେବାର ଗୋଟିଏ ଗୋଟିଏ ଲକ୍ଷଣ ।