ବାରମ୍ବାର ଗରମ କଲେ ତେଲ ହୋଇଯାଏ ବିଷ, ଏଥିରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ହେବ ହୃଦରୋଗ ସମସ୍ୟା, ଜାଣନ୍ତୁ ପୁରା ଖବର
କଣ ଆପଣ ନିଜର ନିତି ଦିନିଆ ଜୀବନରେ ଏହି ଭୁଲ କରୁଛନ୍ତି କି ତେବେ ହୋଇ ଯାଆନ୍ତୁ ସତର୍କ । ଏଭଳି ଏକ ଛୋଟ ଭୁଲ ବି ନେଇପାରେ ଆପଣଙ୍କ ଜୀବନ । ସୃଷ୍ଟି କରିପାରେ ଆପଣଙ୍କ ଶରୀରରେ ରୋଗ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଭୂଲଟି ହେଉଛି ତେଲକୁ ବାରମ୍ବାର ଗରମ କରିବା । ଆମେ ଅନେକ ସମୟରେ ତେଲକୁ ବାରମ୍ବାର ଗରମ କରିଥାଏ । ବିଶେଷ କରି ଦୋକାନ କିମ୍ୱା ଘରେ ଛଣା ଛଣି ତେଲକୁ ।
ଯାହା ସଂପୂର୍ଣ୍ଣ ଭୂଲ୍ ଅଟେ । ତେବେ ତେଲକୁ ବାରମ୍ବାର ଗରମ କରିବା ଦ୍ଵାରା ସେଥିରୁ ଏକ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ । ଭାରତୀୟ ମେଡିକାଲ ଗବେଷଣା ପକ୍ଷରୁ ଏହି ସତର୍କ ସୂଚନା ଦିଆ ଯାଇଛି ।
ତେଲକୁ ଉଚ୍ଚ ତାପମାତ୍ରାରେ ବାରମ୍ବାର ଗରମ କରିବା ଦ୍ବାରା ସେଥିରେ ଥିବା କିଛି ଚର୍ବି ଅଂଶ ଟ୍ରାନ୍ସ ଫ୍ୟାଟ୍ସ ଓ ଆକ୍ରିଲାମାଇଟ ପରି ବିଷାକ୍ତ ଯୌଗିକରେ ପରିଣତ ହୋଇଥାଏ । ଏହା ଶରୀରରେ କର୍କଟ ଓ ହୃଦରୋଗ ସୃଷ୍ଟି କରିବାର ଏକ ବଡ କାରଣ ଅଟେ ।
ତେଲକୁ ବାରମ୍ବାର ଗରମ କରିବା ଦ୍ୱାରା ତାହା ଆମର ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ଭାରତୀୟ ମେଡିକାଲ ଗବେଷଣା ପରିଷଦ (ICMR) ପକ୍ଷରୁ ସତର୍କ କରାଯାଇଛି । ତେଲକୁ ଏପରି ବାରମ୍ବାର ବ୍ୟବହାର କରିବା ଦ୍ୱାରା ସେଥିରୁ ନିର୍ଗତ ହେଉଥିବା ବିଷାକ୍ତ ପଦାର୍ଥ ଶରୀରରେ 'ଫି ରାଡିକାଲ୍ସ' ବଢ଼ାଇଥାଏ । ଫଳରେ ପ୍ରଦାହ ବଢ଼ିବା ସହ ନାନା ପ୍ରକାରର ଦୀର୍ଘମିଆଦୀ ରୋଗ ସୃଷ୍ଟି ହୋଇଥାଏ ।