ମଜବୁତ ହାଡ଼ ଓ ସୁସ୍ଥ ହୃଦୟ ପାଇଁ ସଂଜୀବନି ପରି କାମ କରେ ଏହି ଫଳ, ଉଭୟ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଉପଯୋଗୀ 

 
ମଜବୁତ ହାଡ଼ ଓ ସୁସ୍ଥ ହୃଦୟ ପାଇଁ ସଂଜୀବନି ପରି କାମ କରେ ଏହି ଫଳ, ଉଭୟ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଉପଯୋଗୀ

ଏକ ସୁସ୍ଥ ଶରୀର ଓ ନିରୋଗୀ ଜୀବନ ବଞ୍ଚିବା ସମସ୍ତଙ୍କର ଆଶା ଅଟେ। ଏଥିପାଇଁ ଆପଣଙ୍କୁ ଭଲ ଖାଦ୍ୟ ଖାଇବା ସହ ନିୟମିତ ଵ୍ୟାମ କରିବା ଆବଶ୍ୟକ। ଆଜି ଆମେ ଏକ ଏଭଳି ଫଳ ବିଷୟରେ ଜାଣିବା ଯାହାକି ଆମ ଶରୀର ପାଇଁ ବେଶ ଲାଭଦାୟକ ଅଟେ।

ଏହି ଫଳଟିର ନାମ ହେଉଛି ବ୍ଲକକବେରୀ। ଏହି ଫଳଟି ଆମେରିକା ତଥା ପ୍ରଶାନ୍ତ ମହାସାଗରର ତଟିୟ ଅଂଚଳରେ ଦେଖାଯାଇଥାଏ। ଏହି ଫଳରେ ଅମିନୋ ଏସିଡ, ଫାଇବର, ଭିଟାମିନ C, ଭିଟାମିନ A, ବି-1,ବି-2,ବି-3 ଆଦି ଅନେକ ଭିଟାମିନ ଓ ପୋଷକ ତତ୍ୱ ରହିଛି। ଆସନ୍ତୁ ଜାଣିବା ଏହାକୁ ଖାଇବାର କେତୋଟି ଉପକାରୀତା ବିଷୟରେ:---

  • ଏହି ଫଳକୁ ଖାଇବା ଦ୍ୱାରା ଏହା ଆମର ମାନସିକ ବିକାଶ କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ପଲିଫେନୋଳିକ ତତ୍ୱ ଆମର ମାନସିକ ବିକାଶ ରେ ସାହାଯ୍ୟ କରିଥାଏ।

  • ଏହି ଫଳରେ ଅଧିକ ମାତ୍ରାରେ ପୋଟାସିଆମ ଥିବାରୁ ଏହା ମଧୁମେୟ ରୋଗ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

  • ଏହି ଫଳରେ ପ୍ରଚୁର ପରିମାଣରେ ମଗ୍ନେସିଅମ ଓ ଫାଇବେର ଥିବାରୁ ଏହାକୁ ଖାଇବା ଦ୍ୱାରା ଆମ ଦେହରେ ରକ୍ତ ସଞ୍ଚାଳନ ତ୍ୱରିତ ହୋଇଥାଏ।

  • ବ୍ଲକକବେରୀ ଖାଇବା ଦ୍ୱାରା ଏଥିରେ ଥିବା କାଲସିଅମ ଓ ମଗ୍ନେସିଅମ ଆମର ହାଡ଼ ଓ ଗଣ୍ଠି କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।