କ'ଣ ଅଳ୍ପ ମଦ ପିଇବା ବି ହୋଇପାରେ ସାଂଘାତିକ? WHOର ଚେତାବନୀ ମଦ ଦ୍ଵାରା ହେଉଛି କ୍ୟାନ୍ସର, ଜାଣନ୍ତୁ ପୂରା ଖବର

 
Alcohol

ମଦ ପିଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଅଟେ। କିନ୍ତୁ, ଅଳ୍ପ ମାତ୍ରାରେ  ମଦ ପିଇଲେ ଏହା ସ୍ୱାସ୍ଥ୍ୟ ଖରାପ କରିନଥାଏ ବୋଲି କିଛି ମତ ଦେଇଥାନ୍ତି। ତେବେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅର୍ଥାତ୍ WHO ଭିନ୍ନ ମତ ରଖିଛି। WHO କହିବା ଅନୁଯାଇ ଅଳ୍ପ ମାତ୍ରାରେ ମଦ ପିଇବାର ମଧ୍ୟ ସାଇଡ଼ ଇଫେକ୍ଟ ରହିଛି। କେତେ ମାତ୍ରାରେ ମଦ ପିଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇବ ନାହିଁ ସେପରି କିଛି ମାପକାଠି ପ୍ରସ୍ତୁତ ହୋଇନାହିଁ।

Alcohol

ଦି ଲାନସେଟ୍ ହେଲ୍ଥ ଜର୍ଣ୍ଣାଲରେ WHOର ଡକ୍ଟର କାରିନା ଫରେରାଙ୍କ କହିବା ଅନୁଯାଇ ମଦ୍ୟପାନ ଦ୍ୱାରା ଯକୃତ, ପାଟି, ପେଟ, ସ୍ତନ ଏବଂ କୋଲୋନ୍ କର୍କଟ ରୋଗର ଆଶଙ୍କା ବଢ଼ିଯାଇଥାଏ। ମଦ କେଉଁ ବ୍ରାଣ୍ଡର କିମ୍ବା କେତେ ମହଙ୍ଗା ତାର କୌଣସି ଫରକ ପଡ଼ିନଥାଏ। ଯେକୌଣସି ମଦ ଯେତେ କମ୍ ମାତ୍ରାରେ ପିଇଲେ ମଧ୍ୟ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ।

WHO

 ଯେଉଁମାନେ ଶସ୍ତା ବ୍ରାଣ୍ଡର ମଦ ପିଇଥାନ୍ତି ସେମାନେ ଗୁରୁତର ହେବା ସହିତ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଥାଏ। ଅଳ୍ପ ପରିମାଣର ମଦ ଏକ ପ୍ରକାରର ଧିମା ବିଷ ଭଳି କାମ କରିଥାଏ ଏବଂ ମଣିଷର ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଗର୍ଭବତୀ ମହିଳାମାନେ ମଦ୍ୟପାନ କରିବା ଦ୍ୱାରା ଏହାର କୁପ୍ରଭାବ ସେମାନଙ୍କ ପିଲା ଉପରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ସାରା ବିଶ୍ୱରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଚିନ୍ତାଜନକ ବିଷୟ ଭାବରେ ଉଭା ହୋଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ( World Health Organization ) ଏହାର ଅଧ୍ୟୟନରେ ଦାବି କରିଛି ଯେ ଇଥାନଲ (ମଦ୍ୟପାନ) ଜୈବ ପ୍ରଣାଳୀ ମାଧ୍ୟମରେ କର୍କଟ ରୋଗ ସୃଷ୍ଟି କରିଥାଏ। ଏହାର ଅର୍ଥ ସ୍ପଷ୍ଟ ଯେ, ମଦ ଯେତେ ମହଙ୍ଗା ହେଉ କିମ୍ବା ଶସ୍ତା ତାହା କର୍କଟ ରୋଗର ଆଶଙ୍କା ବଢାଇଥାଏ । ଅଧ୍ୟୟନରେ କୁହାଯାଇଛି ଯେ ଅଧିକ ମଦ୍ୟପାନ କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବହୁ ପରିମାଣରେ ବଢ଼ିଥାଏ।