ସ୍ୟାନିଟାରୀ ପ୍ୟାଡ଼ରେ ରସାୟନ! ମହିଳା ହୋଇପାରନ୍ତି କ୍ୟାନ୍ସରର ଶିକାର, ଜାଣନ୍ତୁ ପୂରା ଖବର

 
Cancer

ଦେଶରେ କିଶୋରୀଙ୍କ ଠାରୁ ଆରମ୍ଭ କରି ମହିଳାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ୟାନିଟାରୀ ପ୍ୟାଡ଼ ବ୍ୟବହାର କରିବା ପାଇଁ ସରକାରଙ୍କ ତରଫରୁ ଉତ୍ସାହିତ କରାଯାଇଥାଏ। ମାସିକ ଋତୁସ୍ରାବ ସମୟରେ ଇଂଫେକ୍ସନ ଏବଂ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ମହିଳାମାନେ ବହୁଳ ଭାବରେ ଏହାକୁ ବ୍ୟବହାର କରିଥାନ୍ତି। ତେବେ, ମାର୍କେଟରେ ବିକ୍ରି ହେଉଥିବା ସ୍ୟାନିଟାରୀ ପ୍ୟାଡ଼କୁ ନେଇ ଭୟଙ୍କର ତଥ୍ୟ ସାମ୍ନାକୁ ଆସୁଛି।

Periods

 ପ୍ରକୃତରେ ଏହି ସ୍ୟାନିଟାରୀ ପ୍ୟାଡ଼ରେ କାର୍ସିନୋଜେନ, ରିପ୍ରଡକ୍ଟିଭ୍‌ ଟକ୍ସିନ୍‌ ଏବଂ ଆଲର୍ଜେନ୍ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ରହିଥିବା ଜଣାପଡିଛି। ଋତୁସ୍ରାବ ସମୟରେ ଏହି ରାସାୟନିକ ପଦାର୍ଥ ମହିଳାଙ୍କ ଯୌନାଙ୍ଗ ଭିତରକୁ ଯାଇ ସମସ୍ୟା ସୃଷ୍ଟି କରିପାରେ। ଏପରିକି କେତେକ ପରିସ୍ଥିତିରେ ଏହା ଶରୀରରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Sanitary pads

 ଦେଶରେ ସାନିଟାରୀ ପ୍ୟାଡର ବିକ୍ରି ୬୧୮.୪ ମିଲିୟନ ଡ଼ଲାର ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଏପରିକି ଭାରତର ପ୍ରାୟ ୬୪ ପ୍ରତିଶତ ଲୋକେ ଏହାକୁ ବ୍ୟବହାର କରୁଥିବା ଜଣାପଡିଛି। ଏହି ଗବେଷଣାରେ ଭାରତରେ ବ୍ୟବହାର କରାଯାଉଥିବା ଶୀର୍ଷ ୧୦ ସ୍ୟାନିଟାରୀ ପ୍ୟାଡ଼ ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଭଳି ପରିସ୍ଥିତିରେ ସ୍ୟାନିଟାରୀ ପ୍ୟାଡ଼ରେ ମିଶୁଥିବା କେମିକାଲ କୁ ନେଇ ସାଧାରଣ ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି।