କରୋନା ପରେ ବ୍ୟାପୁଛି ଟମାଟୋ ଫ୍ଲୁ, ଶିଶୁମାନେ ହେଉଛନ୍ତି ସଂକ୍ରମିତ, ଜାଣନ୍ତୁ ରୋଗର ଲକ୍ଷଣ ଓ କେମିତି କରିବେ ଶିଶୁଙ୍କୁ ଏଥିରୁ ରକ୍ଷା

 
Tomato flu

ଦେଶରେ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନଥିବା ବେଳେ ଏବେ ଆଉ ଏକ ନୂଆ ରୋଗ ଚିନ୍ତାର କାରଣ ପଲଟି ଯାଇଛି। କିଛି ଦିନ ଧରି କର୍ଣ୍ଣାଟକ ଠାରେ ଏକାଧିକ ଶିଶୁ "ଟମାଟୋ ଫ୍ଲୁ" ଦ୍ୱାରା ଆକ୍ରାନ୍ତ ହେବାପରେ ସେଠାରେ ହାଇଆଲର୍ଟ ଜାରି କରାଯାଇଛି। ତାମିଲନାଡୁ ଏବଂ କେରଳରେ ପ୍ରଥମେ ଏହି ରୋଗ ଚିହ୍ନଟ କରାଯାଇଥିଲେ ହେଁ ଏବେ କର୍ଣ୍ଣାଟକରେ ଏହା ଅଧିକ ସଂକ୍ରାମକ ହୋଇପଡିଛି।

Tomato flu

ଏଠାରେ ଗତ କିଛି ଦିନ ମଧ୍ୟରେ ପ୍ରାୟ ୮୦ରୁ ଉର୍ଦ୍ଧ ଶିଶୁ ସଂକ୍ରମିତ ହୋଇଥିବା ଜାଣିବାକୁ ମିଳିଛି। ରାଜ୍ୟରେ ହାଇଆଲର୍ଟ ଜାରି କରାଯିବା ସହିତ ଖାସ୍ କରି ମାଙ୍ଗାଲୁରୁ, ଉଡୁପି, କୋଡାଗୁ, ଚାମରାଜନଗର ଓ ମହିଶୂର ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟମାଟୋ ଫ୍ଲୁର ଟମାଟୋ ସହିତ କୌଣସି ସମ୍ପର୍କ ନାହିଁ। ଏହି ରୋଗ ହେଲେ ଗାଢ ଲାଲ୍‌ ରଙ୍ଗର ଦାଗ ହେଉଥିବା ହେତୁ ଏହାର ଏଭଳି ନାମକରଣ କରାଯାଇଛି।

High temp

ଟମାଟୋ ଫ୍ଲୁର ଲକ୍ଷଣ:-

୧. ଚର୍ମରେ ଗାଢ଼ ଲାଲ ରଙ୍ଗର ବଡ଼ ବଡ଼ ଫୋଟକା ହୋଇଯିବା।

୨. ଦେହରେ ଜ୍ୱର ଆସିବା।

୩. ଶରୀରରେ ହାଲିଆ ଲାଗିବା ସହିତ ଗଣ୍ଠି ଫୁଲି ଯିବା।

୪. ଚର୍ମ କୁଣ୍ଡେଇ ହେବା।

Tomato flu

କେମିତି ରକ୍ଷା ପାଇବେ:-

୧. ଆବଶ୍ୟକ ପରିମାଣର ପାଣି ପିଇବା ସହିତ ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ।

୨. ଶରୀରରେ ଫୋଟକା ହୋଇଥିବା ସ୍ଥାନ ଗୁଡିକ ଯେପରି ଘା'ରେ ପରିଣତ ନ ହେଉ ତାହା ଉପରେ ଧ୍ୟାନ ଦେବା ଉଚିତ।

୩. ସଂକ୍ରାମଣ ରୋକିବା ପାଇଁ ସଂକ୍ରମିତଙ୍କ ଠାରୁ ଯଥାସମ୍ଭବ ଦୂରତ୍ୱ ବଜାୟ ରଖିବା ପାଇଁ କୁହାଯାଇଛି।