ଅଣ୍ଡା ସହିତ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ! ନଚେତ୍, ପରିଣାମ ହୋଇପାରେ ଭୟଙ୍କର….

 
Egg

ସୁନ୍ଦର ଏବଂ ସୁସ୍ଥ ଶରୀର ପାଇଁ ପ୍ରତିଦିନ ଅଣ୍ଡା ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ ଏବଂ କ୍ୟାଲ୍ସିୟମ୍ ମହଜୁଦ ରହିଥାଏ। କିନ୍ତୁ, ଏପରି ମଧ୍ୟ କିଛି ଜିନିଷ ରହିଛି ଯାହାକି ଅଣ୍ଡା ସହିତ ଖାଇବା ଉଚିତ ନୁହେଁ। ଅଣ୍ଡା ସହିତ ଏହି ସବୁ ଜିନିଷ ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

Egg

ଚିନି:- ଅଣ୍ଡା ସହିତ କଦାପି ଚିନି ଖାଆନ୍ତୁ ନାହିଁ। ପ୍ରକୃତରେ ଏହି ଦୁଇଟି ପଦାର୍ଥରେ ପ୍ରଚୁର ପରିମାଣରେ ଆମିନୋ ଆସିଡ୍ ରହିଥାଏ। ଏହି ଆସିଡ୍ ଅଧିକ ମାତ୍ରାରେ ଗ୍ରହଣ କରିବା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖା ଦେଇପାରେ।

Sugar

ବେକନ୍:- ବ୍ରେକଫାଷ୍ଟରେ ଆପଣ ବେକନ୍ ଖାଇବାକୁ ପସନ୍ଦ କରନ୍ତି କି? ତେବେ, ଧ୍ୟାନ ରଖନ୍ତୁ ବେକନ୍ ସହିତ ଅଣ୍ଡା କଦାପି ଖାଆନ୍ତୁ ନାହିଁ। ଉଭୟ ମଧ୍ୟରେ ହାଇ ପ୍ରୋଟିନ୍ ଏବଂ ଅଧିକ ଫ୍ୟାଟ୍ ରହିଥାଏ ଯାହାକି ଆପଣଙ୍କୁ ଅଳସୁଆ କରି ଦେଇଥାଏ।

Bacon

ଚା:- ଜଳଖିଆରେ କଦାପି ଅଣ୍ଡା ଖାଇବା ସହିତ ଚା ପିଅନ୍ତୁ ନାହିଁ। ଏହାର ମିଶ୍ରଣ ବିଷାକ୍ତ ହେବା ସହିତ ଏହା ହଜମ ପ୍ରକ୍ରିୟା ପ୍ରଭାବିତ କରିବା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି କରିଥାଏ।

Tea

ସୋୟା କ୍ଷୀର:- ଅଣ୍ଡା ସହିତ କଦାପି ସୋୟା କ୍ଷୀର ପିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଶରୀରରେ ପ୍ରୋଟିନ ଅବଶୋଷଣ ଭଳି ସମସ୍ୟା ସୃଷ୍ଟି ହୋଇପାରେ।

Soya milk