ଶୋଇବା ସମୟରେ ପାଟିରେ ନିଶ୍ୱାସ ନେଉଛନ୍ତି କି? ହୋଇପାରନ୍ତି ଏହି ୩ଟି ରୋଗର ଶିକାର

 
Sleep

ଆଜିର ସମୟରେ ଲୋକେ ସ୍ଲିପିଂ ଆପ୍ନିଆର ସମ୍ମୁଖୀନ ହେବା କିଛି ନୂଆ କଥା ନୁହେଁ। ଏହି ରୋଗରେ ଶିକାର ହେଉଥିବା ଲୋକଙ୍କର ଶୋଇବା ସମୟରେ ହଠାତ ନିଶ୍ୱାସ ବନ୍ଦ ହୋଇଯାଇଥାଏ। କିନ୍ତୁ, ଏପରି ମଧ୍ୟ କିଛି ଲୋକେ ଅଛନ୍ତି ଯାହାଙ୍କର ଏହି ସମସ୍ୟା ନଥିଲେ ହେଁ ସେମାନେ ରାତିରେ ଶୋଇବା ସମୟରେ ନାକ ବଦଳରେ ପାଟିରେ ନିଶ୍ୱାସ ନେଇଥାନ୍ତି।

Sleep

୧. ଆଲର୍ଜି:- ତଣ୍ଟି କିମ୍ବା ଶ୍ୱାସନଳୀରେ କୌଣସି ପ୍ରକାର ଆଲର୍ଜି ରହିଥିଲେ ଶୋଇବା ସମୟରେ ଶୋଇବା ସମୟରେ ନାକରେ ନିଶ୍ୱାସ ନେବା କଷ୍ଟକର ହୋଇଥାଏ। ତେଣୁ, ଏଭଳି ସମସ୍ୟାରେ ପୀଡ଼ିତ ଥିବା ଲୋକେ ସାଧାରଣତଃ ଶୋଇବା ବେଳେ ପାଟିରେ ନିଶ୍ୱାସ ନେଇଥାନ୍ତି।

Allergy

 ୨. ଚିନ୍ତା:- ଯଦି ଆପଣ ଅତ୍ୟଧିକ ଚିନ୍ତାରେ ରହୁଛନ୍ତି ତେବେ ଆପଣଙ୍କ ଶ୍ୱାସକ୍ରିୟା ମଧ୍ୟ ଦ୍ରୁତ ଓ ଅସ୍ଥିର ହୋଇଯାଏ ଏବଂ ବ୍ଲଡ଼ ପ୍ରେସର ମଧ୍ୟ ବୃଦ୍ଧି ପାଇଥାଏ। ଯେଉଁଥିପାଇଁ ଲୋକେ ନାକ ସ୍ଥାନରେ ପାଟିରେ ନିଶ୍ୱାସ ନେଇଥାନ୍ତି।

Tension

 ୩. ଥଣ୍ଡା ଏବଂ ଫ୍ଲୁ:- ଯଦି ଆପଣ ଥଣ୍ଡା କିମ୍ବା ଫ୍ଲୁ ଦ୍ୱାରା ପୀଡିତ ଅଟନ୍ତି ତେବେ ପାଟିରେ ନିଶ୍ୱାସ ନେବା ସମ୍ପୂର୍ଣ୍ଣ ଭାବରେ ସ୍ୱାଭାବିକ ଅଟେ। ଏହି ସମସ୍ୟା ଗୁଡିକ ମଧ୍ୟରେ କେଉଁଥିପାଇଁ ଆପଣ ପାଟିରେ ନିଶ୍ୱାସ ନେଉଛନ୍ତି ସେହି ବିଷୟରେ ଜାଣିନଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ।

Cold