ଡ଼ରାଇଲାଣି କରୋନାର XE ଭ୍ୟାରିଆଣ୍ଟ! ଶିଶୁମାନଙ୍କ ଠାରେ ଦେଖା ଦେଉଥିବା ଏହି ୭ ଲକ୍ଷଣ ହୋଇପାରେ କରୋନା ମହାମାରୀର କାରଣ

 
Corona

କିଛିଦିନର ବ୍ୟବଧାନ ପରେ ପୁଣି ଥରେ ଡ଼ରାଇବାକୁ ଲାଗିଲାଣି କରୋନା। ଦେଶର କିଛି ସହରରେ କରୋନାର ନୂଆ XE ଭ୍ୟାରିଆଣ୍ଟ ମାମଲା ବଢ଼ିବାକୁ ଲାଗିଥିବାରୁ ଏହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଖାସ୍ କରି ଏହି ନୂଆ ଭ୍ୟାରିଆଣ୍ଟରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେଉଥିବାରୁ ସେମାନଙ୍କ ପ୍ରତି ସତର୍କ ରହିବା ଜରୁରୀ ହୋଇପଡ଼ିଛି। ତେବେ, ଆସନ୍ତୁ ପିଲାମାନଙ୍କ ଠାରେ ଥିବା କରୋନାର କିଛି ବିଶେଷ ଲକ୍ଷଣ ଗୁଡିକ ବିଷୟରେ ଜାଣି ରଖିବା:-

୧. ଜ୍ଵର ହେବା କରୋନାର ଏକ ପ୍ରମୁଖ ଲକ୍ଷଣ ହୋଇଥାଏ। ତେଣୁ, ଏହି ସମୟରେ ଶିଶୁମାନଙ୍କୁ ଅଚାନକ ଜ୍ୱର ଆସିଲେ ସାବଧାନ ହୋଇଯାଆନ୍ତୁ। ଏଥିସହିତ ତୁରନ୍ତ ଶିଶୁଟିର କରୋନା ପରୀକ୍ଷା କରାଇ ନିଅନ୍ତୁ।

Tastelessness

୨. ଖାଦ୍ୟ ଖାଇବା ସମୟରେ ଏହାର ସ୍ୱାଦ ଜାଣି ନ ପାରିବା ମଧ୍ୟ କରୋନାର ଏକ ପ୍ରମୁଖ ଲକ୍ଷଣ ଅଟେ।

Coughing

୩. ସେହିପରି ଶିଶୁମାନଙ୍କର ତଣ୍ଟି ଶୁଖିଯିବା ଏବଂ ଲଗାତାର ଶୁଖିଲା କାଶ ହେବା ମଧ୍ୟ କରୋନା ହୋଇଥିବାର ଏକ ଲକ୍ଷଣ ହୋଇପାରେ।

Dysentry

୪. କରୋନା ସଂକ୍ରମିତ ହୋଇଥିବା କିଛି ଶିଶୁମାନଙ୍କ ଠାରେ ଝାଡ଼ା ବାନ୍ତି ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି।

Reluctant to eat

 ୫. ସେହିପରି ସଂକ୍ରମିତ ହେବାପରେ ଶିଶୁମାନଙ୍କ ଠାରେ ଭୋକର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି। ଖାଇଲେ ବାନ୍ତି ହୋଇଯିବାର ମଧ୍ୟ ଭୟ ରହୁଛି।

Running nose

୬. ନାକରୁ ପାଣି ବାହାରିବା ସହିତ ନାକ ଭିତର ପୋଡ଼ିବା ଏବଂ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ।

Breathing problem

୭. କରୋନା ଦ୍ୱାରା ସଂକ୍ରମିତ ହେଲେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଅସୁବିଧା ହୋଇଥାଏ। ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।