ସାବଧାନ! ପେଟ ଯନ୍ତ୍ରଣାରେ ଏହି ୪ଟି ଲକ୍ଷଣ ଥିଲେ ଆପଣ ହୋଇଥାଇ ପାରନ୍ତି ଟିବି ରୋଗରେ ଆକ୍ରାନ୍ତ, କରନ୍ତୁ ନାହିଁ ଅଣଦେଖା

 
TB

ଅନିୟମିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ-ଅଭ୍ୟାସ ଆମ୍ଭ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇ ଥାଏ। ଏହା ଆମକୁ ଅନେକ ଭୟଙ୍କର ରୋଗ ଆଡକୁ ଟାଣି ନେଇଥାଏ। ସେହିଭଳି ଏକ ମାରାତ୍ମକ ରୋଗ ହେଉଛି ପାକସ୍ଥଳୀ ଯକ୍ଷ୍ମା। ସାଧାରଣତଃ ଯକ୍ଷ୍ମା ଅଥବା ଟିବି ରୋଗକୁ ଫୁସଫୁସ୍ ସହିତ ଜଡିତ କରାଯାଇଥାଏ। କିନ୍ତୁ, ଫୁସଫୁସ ବାହାରେ ଖାସ୍ କରି କ୍ଷୁଦ୍ର ଅନ୍ତନଳୀରେ ଘଟୁଥିବା ଏହିପରି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ମୋଟ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୫ରୁ ୯ ପ୍ରତିଶତ ଅଟେ।

TB

ତେବେ, ଆସନ୍ତୁ ଜାଣିବା ପାକସ୍ଥଳୀ ଯକ୍ଷ୍ମା ହେବାର କିଛି ମୂଳ ଲକ୍ଷଣ:- 

୧. ଦେହରେ ମୃଦୁ ଜ୍ୱର ଲାଗିରହିବା ପାକସ୍ଥଳୀ ଯକ୍ଷ୍ମାର ଲକ୍ଷଣ ହୋଇପାରେ। ଏହା ହେବା ଦ୍ୱାରା ଶରୀରର ତାପମାତ୍ରା ହଠାତ ବଢିବାକୁ ଲାଗିଥାଏ ଏବଂ ଶରୀରରୁ ଅତ୍ୟଧିକ ଝାଳ ବାହାରିବାକୁ ଲାଗିଥାଏ।

Fever

 ୨. ପାକସ୍ଥଳୀରେ ଯକ୍ଷ୍ମା ହୋଇଥିଲେ ଏହା ମଣିଷର ପାଚନଶକ୍ତିକୁ ହ୍ରାସ କରିଥାଏ। ଫଳରେ ଖାଦ୍ୟରୁ ପୋଷକ ତତ୍ତ୍ୱ ମିଳିବା ସମ୍ଭବ ହୋଇନଥାଏ ଏବଂ ମଣିଷର ଓଜନ ହ୍ରାସ ହେବାକୁ ଲାଗିଥାଏ।

Weight loss

 ୩. କେବଳ ଏତିକି ନୁହେଁ ପେଟରେ ଭୀଷଣ ମାତ୍ରାରେ ଯନ୍ତ୍ରଣା ଲାଗି ରହିବା ସହିତ ଝାଡ଼ା ଏବଂ ବାନ୍ତି ଭଳି ଲକ୍ଷଣ ଦେଖା ଦେଇଥାଏ।

Pain

୪. ପେଟର ନାଭି ଅଞ୍ଚଳରେ ଦୀର୍ଘଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ଲାଗି ରହୁଥିଲେ ଏବଂ ଭୋକ ନ ଲାଗିବା ଭଳି ସମସ୍ୟା ଦେଖା ଦେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା ପାକସ୍ଥଳୀ ଯକ୍ଷ୍ମାର ଲକ୍ଷଣ ହୋଇପାରେ।