ଆପଣଙ୍କର ରହିଛି କି ଏହି ୪ଟି ସ୍ୱାସ୍ଥ୍ୟ ସମସ୍ୟା, ତେବେ ଭୁଲରେ ବି ଖାଆନ୍ତୁ ନାହିଁ ଆଳୁ, ଚାଲିଯିବ ଜୀବନ

 
Potato

ଆମ୍ଭର ଦୈନଦିନ ଖାଇବାରେ ଆଳୁର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସତେ ଯେପରି ରୋଷେଇରେ ଆଳୁ ନ ପଡ଼ିଲେ ଖାଇବା ଅସମ୍ପୂର୍ଣ୍ଣ ରହିଯାଏ। ସେ ଆମିଷ ହେଉ ଅଥବା ନିରାମିଷ ବ୍ୟଞ୍ଜନ ପ୍ରାୟତଃ ଲୋକଙ୍କୁ ସବୁଥିରେ ଆଳୁ ପକାଇ ଖାଇବାର ଅଭ୍ୟାସ ରହିଛି। ଆଳୁରେ ଜିଙ୍କ, ପୋତାସିୟମ, ସାମାନ୍ୟ ପରିମାଣର ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ୍ ରହିଥାଏ। କିନ୍ତୁ, ଏପରି ମଧ୍ୟ କିଛି ଲୋକ ରହିଛନ୍ତି ଯେଉଁମାନଙ୍କ ପାଇଁ ଆଳୁ ଖାଇବା ଉଚିତ ନୁହେଁ।

Acidity

୧. ଏସିଡ଼ିଟି:- ଯଦି ଆପଣ ନିୟମିତ ଭାବରେ ଆଳୁ ଖାଉଛନ୍ତି ତେବେ ଆପଣଙ୍କ ଠାରେ ଏସିଡିଟି ସମସ୍ୟା ଦେଖା ଦେଇପାରେ। ତେଣୁ, ଏସିଡିଟି କିମ୍ବା ଗ୍ୟାସ୍ ସମସ୍ୟା ରହିଥିଲେ ନିୟମିତ ଆଳୁ ଖାଇବା ଠାରୁ ଦୂରେଇ ରୁହନ୍ତୁ।

Diabetes

୨. ଡାଇବେଟିସ୍:- ଅପଣଙ୍କ ଥରେ ମଧୁମେୟ ଜନିତ ସମସ୍ୟା ରହିଥିଲେ ତୁରନ୍ତ ଆଳୁ ଖାଇବା ବନ୍ଦ କରନ୍ତୁ। ଆଳୁରେ ବହୁତ ପରିମାଣର କାର୍ବୋହାଇଡ୍ରେଟ୍ ରହିଥାଏ ଯାହାକି ମଧୁମେୟ ରୋଗୀଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

Blood pressure

୩. ବ୍ଲଡ଼ ପ୍ରେସର:- ଅଧିକ ପରିମାଣର ଆଳୁ ଖାଇବା ଦ୍ୱାରା ବ୍ଲଡ଼ ପ୍ରେସର ବଢିଥାଏ। ତେଣୁ, ହାଇ ବ୍ଲଡ଼ ପ୍ରେସର ଥିବା ବ୍ୟକ୍ତି ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ।

Obesity

୪. ମୋଟାପଣ:- ଆଳୁରେ ଅଧିକ ପରିମାଣର କାର୍ବୋହାଇଡ୍ରେଟ ଏବଂ ଫ୍ୟାଟ ରହିଛି। ତେଣୁ, ମେଦବହୁଳତାର ଶିକାର ହୋଇଥିଲେ ଆଳୁ ଖାଇବା ଠାରୁ ଦୂରେଇ ରୁହନ୍ତୁ।